ଚୀନକୁ ଚେତାବନୀ: ପ୍ରଧାନମନ୍ତ୍ରୀ କହିଲେ, ଭାରତ ଜବାବ ଦେବା ଜାଣେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଲଦାଖର ଗଲୱାନ ଉପତ୍ୟାକରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ମୋଦୀ କହିଛନ୍ତି ଯେ, ‘ଲୋକ କହୁଛନ୍ତି ୨୦୨୦ ଭଲ ନୁହେଁ । କିନ୍ତୁ ଭାରତ ପୂର୍ବରୁ ବହୁ ସମସ୍ୟାରୁ ମୁକୁଳି ଆସିଛି, ଏଥର ବି ସବୁ ସମସ୍ୟାକୁ ସମାଧାନ କରିପାରିବ । ନୂଆ ବିଚାରରେ ଆମକୁ ଆଗେଇବାକୁ ପଡିବ । ଆଗକୁ ବଢିଲେ ନୂଆ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ସମ୍ଭବ ହୋଇପାରିବ । ସର୍ବଦା ସଙ୍କଟକୁ ସଫଳତାରେ ବଳଦାଇଛି ଭାରତ ।’

ଏହା ସହ ସୀମା ବିବାଦ ଉପରେ ଆଲୋଚନା କରି ମୋଦୀ କହିଛନ୍ତି ଯେ, ‘ଲଦାଖରେ ଶତ୍ରୁକୁ କଡା ଜବାବ ଦେଇଛନ୍ତି ଯବାନ । ବୀର ଯବାନଙ୍କ ପରାକ୍ରମକୁ ଦେଶ ସ୍ମରଣ କରୁଛି । ବୀର ସହିଦଙ୍କ ପାଇଁ ଏଦେଶ ସର୍ବଦା ଗର୍ବିତ ଅନୁଭବ କରୁଛି ।’

ଅନ୍ୟ ଶତ୍ରୁ ଦେଶକୁ ଆକ୍ଷେପ କରି ମୋଦୀ କହିଛନ୍ତି ଯେ, ‘ଭାରତ ମିତ୍ରତା ସହ ଶତ୍ରୁକୁ କଡା ଜବାବ ଦେବା ବି ଜାଣିଛି । ସୁରକ୍ଷା ଦିଗରେ ଭାରତ ଆଗୁକ ଆଗେଇଛି । ସଙ୍କଟ ସମୟରେ ଅନେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏହା ସହ ସହାୟତା ପାଇଁ ଦେଶବାସୀ ଆଗକୁ ଆସୁଛନ୍ତି ବୋଲି ମୋଦୀ କହିଛନ୍ତି ।

ଲକ୍‌ଡାଉନ୍ ସମୟରେ ନାନା ମାନସିକ ଦୁଶ୍ଚିନ୍ତା ଘଟଣା ସାମ୍ନାକୁ ଆସିଛି। ଏଥିପାଇଁ ମାନସିକ ଦୁଃଶ୍ଚିନ୍ତାରେ ନ ରହି ସଶକ୍ତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହିତ କରୋନାକୁ ହରାଇ ଆଗକୁ ବଢ଼ିବା ଓ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଆହ୍ୱାନ ଦେଇଛନ୍ତି ମୋଦି। ତା ସହିତ ଇନ୍‌ଡୋର ଗେମ୍‌କୁ ପ୍ରୋତ୍ସାହିତ କରିବା ପାଇଁ ମୋଦିଙ୍କ ପରାମର୍ଶ ଦେଇଛନ୍ତି।

ଆଜି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ନଦୀ ପୁନରୁଦ୍ଧାରରେ ସକ୍ଷମ ପ୍ରବାସୀ ଶ୍ରମିକଙ୍କୁ ପ୍ରଶଂସା କରିବା ସହିତ କରୋନା ସଂକଟ ବେଳେ ଚାଷୀଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published.