ମୋଦିଙ୍କ ଉପରେ ଓଡିଶାବାସୀ ସବୁଠୁ ଅଧିକ ସନ୍ତୁଷ୍ଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ସବୁ ମୁଖ୍ୟମନ୍ତୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ । ସେହିଭଳି ଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଓଡିଶାବାସୀ ବସୁଠୁ ଅଧିକ ସନ୍ତୁଷ୍ଟ । ଆଇଏଏନ୍ଏସ୍ ଭୋଟ ସର୍ଭେରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।
ଏହି ରିପୋର୍ଟ ଅନୁଯାୟୀ , ପ୍ରଧାନମନ୍ତ୍ରୀ ମୋଦିଙ୍କ କାମରେ ସାରା ଦେଶରେ ଓଡ଼ିଶାବାସୀ ସର୍ବାଧିକ ସନ୍ତୁଷ୍ଟ ଅଛନ୍ତି । ବିଜେପି ଶାସିତ ରାଜ୍ୟଠାରୁ ବି ଓଡ଼ିଶାରେ ମୋଦି ବେଶୀ ଗ୍ରହଣୀୟ । ସାରା ଦେଶରେ ମୋଦିଙ୍କ କାର୍ୟ୍ୟରେ ହାରାହାରି ୬୫.୬୯ % ଲୋକ ସନ୍ତୁଷ୍ଟ କିନ୍ତୁ ଓଡ଼ିଶାରେ ୯୫.୬ ଲୋକ ତାଙ୍କ କାର୍ୟ୍ୟକୁ ଗ୍ରହଣ କରିଛନ୍ତି । ୮୪.୮୭ % ଅତ୍ୟନ୍ତ ପୀତ ଥିବା ବେଳେ ମାତ୍ର ୨ , ୨ % ଖୁସି ନାହାନ୍ତି । ଓଡ଼ିଶା ପରେ ହିମାଚଳ , ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧୁକ ଗ୍ରହଣୀୟ ହିମାଚଳରେ ୯୩.୯୫ , ଛତିଶଗଡ ୯୨.୭୩ % ଓ ଆନ୍ଧ୍ରରେ ୮୩.୬ % ଲୋକ ତାଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି । ସୂଚନାଯୋଗ୍ୟ , ଓଡ଼ିଶା ଭଳି ଛତିଶଗଡ଼ ଓ ଆନ୍ଧ୍ରରେ ବି ଚାକିଛି ଅଣବିଜେପି ସରକାର । ମୋଦିଙ୍କ କାର୍ୟ୍ୟକୁ ତାମିଲନାଡୁର ଲୋକେ ସବୁଠୁ କମ ଗ୍ରହଣ କରିଛନ୍ତି । ଅର୍ଥାତ୍ ସେମାନେ ତାଙ୍କ ଉପରେ ସନ୍ତୁଷ୍ଟ ନୁହନ୍ତି । ତାମିଲନାଡ଼ୁରେ ୩ ୨.୧୫ ଲୋକ ତାଙ୍କ କାମରେ ସନ୍ତୁଷ୍ଟ ରହିଛନ୍ତି । ସେହିପରି କେରଳରେ ବି ମୋଦିଙ୍କୁ ୩ ୨ . ୮୯ ପ୍ରତିଶତ ଲୋକ ଗ୍ରହଣ କରିପାରିଛି ।