ମନ କି ବାତ କାର୍ଯ୍ୟକ୍ରମରେ ତିନି ଓଡ଼ିଆଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଜଙ୍ଗଲ ସୃଷ୍ଟି ପାଇଁ ଓଡିଶାର ବିଜୟ କୁମାର କବି ଓ ଅମରେଶ ସାମନ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ବିଜୟ କେନ୍ଦ୍ରାପଡା ଜିଲ୍ଲାର ବଡକୋଟ ଗାଁରେ ୨୫ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ କେନ୍ଦ୍ରାପଡା ବିଭିନ୍ନ ସମୟରେ ବିଶେଷ ପ୍ରଭାବିତ ହୋଇଥାଏ । ତେବେ ସେ ସୃଷ୍ଟି କରିଥିବା ବିପର୍ଯ୍ୟୟ ସମୟରେ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଛି ଏବଂ ଆଜି ଅନେକ ଗ୍ରାମକୁ ସୁରକ୍ଷା ଦେଉଛି । ବାତ୍ୟା କାଳରେ ଏହି ବଣ ପବନର ବେଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେବେ ଏଥିପାଇଁ ସେ ୧୨ ବର୍ଷରୁ ଅଧିକ ସମୟ ଧରି ପ୍ରୟାସ କରୁଛନ୍ତି । ଏହି ଜଂଗଲ ଯୋଗୁଁ ବାତ୍ୟାରୁ ସୁରକ୍ଷା ମିଳୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।











