ମୋଦୀଙ୍କ ଟିମରେ ସାମିଲ ହେବେ ୩୩ ନୂଆ ମୁହଁ, ୬ ନମ୍ବରରେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ କାର୍ଯ୍ୟକାଳର ଆଜି ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ଆଜି ସନ୍ଧ୍ୟା ୬ଟାରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ନୂତନ ମନ୍ତ୍ରିମଣ୍ଡଳରେ ଅନେକ ନୂତନ ଚେହେରା ସାମିଲ କରାଯାଇଥିବା ବେଳେ ଅନେକ ବରିଷ୍ଠ ନେତାଙ୍କୁ ଛୁଟି ଦିଆଯାଇଛି। ମନ୍ତ୍ରିମଣ୍ଡଳରେ ଯୁବ ଚେହେରାଙ୍କୁ ପ୍ରାଥମିକତା ଦିଆଯାଇଛି। ମହିଳାଙ୍କ ଭାଗିଦାରୀ ମଧ୍ୟ ବଢାଯାଇଛି। ଓଡିଶାରୁ ଦୁଇ ଜଣଙ୍କୁ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ରାଜ୍ୟସଭା ସାଂସଦ ଅଶ୍ଵିନ ବୈଷ୍ଣବ ତାଲିକା ଷଷ୍ଠ ସ୍ଥାନରେ ଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶେଶ୍ଵର ରୁଡୁ ୩୮ତମ ସ୍ଥାନରେ ରହିଛନ୍ତି।

ପୂର୍ବରୁ କାହାକୁ ମନ୍ତ୍ରୀପଦ ମିଳିବ ଓ କେଉଁ ନୂଆ ମୁହଁ ସାମିଲ ହେବେ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ କିଛି ସମୟ ପୂର୍ବରୁ ମନ୍ତ୍ରୀ ହେବାକୁ ଥିବା ୪୩ ଜଣଙ୍କ ତାଲିକା ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ କାହାକୁ କ୍ୟାବିନେଟ ପାହ୍ୟା ମିଳିବ ତାହା ପରେ ଘୋଷଣା କରାଯିବ।

ମୋଦୀ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ତାଲିକା

୧ – ନାରାୟଣ ଟାଟୁ ରାଣେ

୨ – ସର୍ବାନନ୍ଦ ସୋନୋଓ୍ଵାଲ

୩- ଡ. ବୀରେନ୍ଦ୍ର କୁମାର

୪ – ଜ୍ୟୋତିରାଦିତ୍ୟ ସିନ୍ଧିଆ

୫- ରାମଚନ୍ଦ୍ର ପ୍ରସାଦ ସିଂହ

୬- ଅଶ୍ଵିନ ବୈଷ୍ଣବ

୭ – ପଶୁପତି କୁମାର ପାରସ

୮ – କିରେନ ରିଜିଜୁ

୯- ରାଜ କୁମାର ସିଂହ

୧୦ – ହରଦୀପ ସିଂହ ପୁରୀ

୧୧ – ମନସୁଖ ପାଣ୍ଡଭିୟ

୧୨ –  ଭୁପେନ୍ଦ୍ର ଯାଦବ

୧୩ – ପୁରୁଷତ୍ତୋମ ରୁପାଲା

୧୪ – ଜି. କିଶନ ରେଡ୍ଡୀ

୧୫ – ଅନୁରାଗ ଠାକୁର

୧୬ – ପଙ୍କଜ ଚୌଧୁରୀ

୧୭ – ଅନୁପ୍ରିୟା ପଟେଲ

୧୮ – ସତ୍ୟପାଲ ସିଂହ ବଘେଲ

୧୯ – ରାଜୀବ ଚନ୍ଦ୍ରଶେଖର

୨୦ – ଶୋଭା କରଣ୍ଡଲାଜେ

୨୧ – ଭାନୁପ୍ରତାପ ସିଂହ ବର୍ମା

୨୨ – ଦର୍ଶନ ବିକ୍ରମ ଜାରଦୋଶ

୨୩- ମିନାକ୍ଷୀ ଲେଖି

୨୪- ଅନ୍ନପୂର୍ଣ୍ଣା ଦେବୀ

୨୫ – ଏ ନାରାୟଣ ସ୍ଵାମୀ

୨୬ – କୌଶଲ କିଶୋର

୨୭ – ଅଜୟ ଭଟ୍ଟ

୨୮ – ବି.ଏଲ ବର୍ମା

୨୯ – ଅଜୟ କୁମାର

୩୦ – ଚୌହାନ ଦେବୁସିହ୍ନ

୩୧ – ଭଗଓ୍ଵନ୍ତ ଖୁବା

୩୨ – କପିଲ ମୋରେଶ୍ଵର ପାଟିଲ

୩୩ – ପ୍ରତୀମା ଭୌମିକ

୩୪ – ଡ. ସୁବାଷ ସରକାର

୩୫ – ଭଗଓ୍ଵତ କିଶନରାୟ କରାଡ

୩୬ – ରାଜକୁମାର ରଞ୍ଜନ ସିଂହ

୩୭ – ଭାରତୀ ପ୍ରବୀଣ ପାଓ୍ଵାର

୩୮- ବିଶେଶ୍ଵର ଟୁଡୁ

୩୯ – ଶାନନ୍ତୁ ଠାକୁର

୪୦ – ମୁଞ୍ଜାପରା ମହେନ୍ଦ୍ରଭାଇ

୪୧ – ଜୋନ ବାର୍ଲା

୪୨ – ଏଲ ମୁରୁଗାନ

୪୩ – ନିଶିଥ ପ୍ରମାଣିକ

Leave a Reply

Your email address will not be published. Required fields are marked *