ଖୁବ ଶିଘ୍ର ଚାଲିବ ‘ମୋ ବସ’: ବୋଥ୍ରା
ଭୁବନେଶ୍ବର, (ଓଡିଶା ଟାଇମ୍) : ଖୁବ ଶିଘ୍ର ଚାଲିବ ‘ମୋ ବସ’ । କଟକ-ଭୁବନେଶ୍ୱର ମଧ୍ୟରେ ମୋ ବସ ଚାଲିବା ନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟର ସିଇଓ ଅରୁଣ ବୋଥ୍ରା କହିଛନ୍ତି । ସେନେଇ ଆସନ୍ତାକାଲି ଅବଗତ କରାଯିବ ବୋଥ୍ରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ,ମୋ ବସ ଗୁଡିକ ଏବେ ପ୍ରବାସୀଙ୍କୁ ନେବା ଆଣିବାରେ ନିୟାଜିତ ହେଉଛି । ତେବେ ‘ମୋ ବସ’ ଚଳାଚଳ କରିବା ପୂର୍ବରୁ ବସ ଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ, ରାଜ୍ୟ ସରକାର ଅନୁମତି ଦେବା ସତ୍ତ୍ୱେ ଆଜି ଘରୋଇ ବସ୍ ଚଳାଚଳ କରିନାହିଁ । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଘରୋଇ ବସ୍ ମାଲିକ ସଂଘର ଦାବି ପ୍ରତି ସରକାର ସଚେତନ ଅଛନ୍ତି । ରୋଡ୍ ଟ୍ୟାକ୍ସ ଛାଡ଼ ପାଇଁ ପ୍ରକ୍ରିୟା ଚାଲିଛି । ଅନ୍ୟ ଦାବି ପ୍ରତି ମଧ୍ୟ ବିଚାର କରାଯାଉଛି । ବସ୍ ଚଳାଚଳ କଲେ ବସ ଷ୍ଟାଣ୍ଡରେ ସାନିଟାଇଜେସନ କରାଯିବ । ବସରେ ଯେଉଁ ମାନେ ଯାତ୍ରା କରିବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ବ୍ୟବହାର କରିବା ସହ ଦୂରତା ଅବଲମ୍ବନ କରିବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି ।