ଜଟଣୀ ବିଧାୟକଙ୍କ କୋଭିଡ ନିୟମ ଉଲ୍ଲଂଘନ

ଭୁବନେଶ୍ୱର, (ଓଡିଶା ଟାଇମ୍) :  ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିରନ୍ତର  ଅନୁରୋଧ ଓ ପ୍ରଚେଷ୍ଟା ଚଳାଇଛନ୍ତି ।

ତେବେ ଖୋଦ୍ ଜନପ୍ରତିନିଧି ଏହି ନିୟମକୁ ମାନିବାକୁ ନାରାଜ । କୋଭିଡ  ନିୟମ ଉଲ୍ଲଂଘନ କରିବାର ସଦ୍ୟ ନଜିର ଦେଖାଦେଇଛି ଜଟଣୀ ବିଧାୟକ ବରିଷ୍ଠ କଂଗ୍ରେସ୍ ନେତା ସୁରେଶ ରାଉତରାୟଙ୍କ କ୍ଷେତ୍ରରେ । ଏକ ଘରୋଇ ହସ୍ପିଟାଲ୍‌ରେ ରୋଗୀ ମୃତ୍ୟୁକୁ ପ୍ରସଙ୍ଗ କରି ଶତାଧିକ ଲୋକଙ୍କୁ ଏକତ୍ରିତ କରି କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ଏହି ବର୍ଷିୟାନ୍ ନେତା । ସଂପୃକ୍ତ ରୋଗୀଙ୍କର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଧରି ହସ୍ପିଟାଲ୍  ସମ୍ମୁଖରେ ବିଧାୟକ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ ବିଡମ୍ବନାର ବିଷୟ ହେଉଛି।

ଧାରଣାରେ ବସିଥିବା ବିଧାୟକଙ୍କ ମୁହଁରେ କିନ୍ତୁ ମାସ୍କ ନ ଥିଲା । କେବଳ ସେ ନୁହଁନ୍ତି ଧାରଣାରେ ବସିଥିବା ଆଉ କିଛି ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧିବାର ଦେଖିବାକୁ ମିଳି ନ ଥିଲା । ଶତାଧିକ ଲୋକଙ୍କୁ ବିଧାୟକ ଏକତ୍ରିତ କରାଇଥିବା  ବେଳେ ସମସ୍ତେ ମିାି ସାମାଜିକ ଦୂରତ୍ୱ ନିୟମକୁ ଫୁ କରି ଦେଇଥିଲେ । ନିୟମ ଅନୁଯାୟୀ ଦୁଇ ମିଟର ତ ଦୂରର କଥା ଅତି ନିକଟତର ହୋଇ ଧାରଣାରେ ବସିଥିଲେ ବିଧାୟକଙ୍କ ସହ ଆସିଥିବା ବ୍ୟକ୍ତିମାନେ ।

ତେବେ ଜଣେ ବରିଷ୍ଠ ବିଧାୟକଙ୍କ କ୍ଷେତ୍ରରେ ଏହା କେତେ ଦୂର ସମୀଚିନ? ବିକ୍ଷୋଭ କରିବାକୁ ଆସିଥିବା ବ୍ୟକ୍ତିମାନେ ଅତି ନିକଟତର ହୋଇଥିବା ବେଳେ ଏମାନଙ୍କୁ ଯେ କରୋନା ସଂକ୍ରମଣ ହେବ ନାହିଁ ଏହାର ଗ୍ୟାରେଂଟି କିଏ ଦେବ? ଯଦି ଏଠାକୁ ଆସିଥିବା କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି ଏଥିପାଇଁ ଜଟଣୀ ବିଧାୟକ ଦାୟୀ ରହିବେ ତ । ନିୟମ ଉଲ୍ଲଂଘନ କରିଥିବା ସୁରେଶ ରାଉତରାୟଙ୍କ ଠାରୁ ପ୍ରଶାସନ ଫାଇନ୍ ଆଦାୟ କରିବା ସହ ଦଣ୍ଡିତ କରିବ ନା ନାହିଁ, ଏସବୁ ପ୍ରସଙ୍ଗ ଏବେ ପ୍ରଶ୍ନ ଘେରରେ ।

Leave a Reply

Your email address will not be published. Required fields are marked *