ମଦ ହୋମ ଡେଲିଭରୀ ନେଇ କ’ଣ କହିଲେ ସୁର ରାଉତରାୟ, ଦେଖନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ମଦ ହୋମ୍‌ ଡେଲିଭରୀକୁ ନେଇ ବିଭିନ୍ନ ମହଲରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ସୁରେଶଚନ୍ଦ୍ର ରାଉତରାୟ ମଧ୍ୟ ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ସେ ତାଙ୍କ  ବିଧାନସଭା ଅଭିଜ୍ଞତା ଭିତରେ ଏତେ ସଂଖ୍ୟାରେ ମଦ୍ୟପ ବିଧାୟକ ଓ ମନ୍ତ୍ରୀଙ୍କୁ କେବେ ଦେଖି ନଥିଲେ। ପୁଣି ଏବେ ରାଜ୍ୟରେ ମଧ୍ୟ ଦିନକୁ ଦିନ ମଦ୍ୟବପଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ପିଲାଠାୀୁ ବୁଢ଼ା ବୁଢ଼ୀ ଓ ଯୁବକଯୁବତୀମାନେ ମଦ ପିଉଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ସେମାନେ ପାର୍କରେ ମଦ ପିଇ ଉନ୍ମତ୍ତ ହେଉଛନ୍ତି। ଏଭଳି ଏକ ପରିସ୍ଥିତିରେ ସରକାର  ରାଜସ୍ଵ ଆଶା ରେ ଯେଉଁ ମଦ ହୋମ୍‌ ଡେଲିଭରୀ ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ରାଜ୍ୟରେ ଅରାଜକତା ସୃଷ୍ଟି କରିବ। ଏ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଘଙ୍କୁ ନିବେଦନ କରିଛନ୍ତି।

ଏଇଠି ଦେଖନ୍ତୁ  ଶ୍ରୀ ରାଉତରାୟ କ’ଣ କହିଛନ୍ତି।

[videopress jtYKxboO]

Leave a Reply

Your email address will not be published. Required fields are marked *