ହୋମ୍ କ୍ବାରେଣ୍ଟାଇନ୍‌ରେ ବିଧାୟକ ଅମର ଶତପଥୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଧାନସଭାର ୫ କର୍ମଚାରୀ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ବନ୍ଦ କରିଦିଆଯାଇଥିଲା ।

ଅନ୍ୟପଟେ ଲୋକସେବା ଭବନରେ ମଧ୍ୟ କରୋନା ଭୟ ଦେଖାଦେଇଥିଲା । ଲୋକସେବା ଭବନର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତା ବଢିଥିଲା । ଯାହା ଫଳରେ ଲୋକସେବା ଭବନକୁ ସାନିଟାଇଜ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *