ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ Y ପ୍ଲସ୍‌ ସୁରକ୍ଷା

କୋଲକାତା, (ଓଡିଶା ଟାଇମ୍) :ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ବିଜେପିରେ ସାମିଲ ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା Y+  ସୁରକ୍ଷା। ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ମିଥୁନଙ୍କୁ ଓ୍ବାଇ ପ୍ଲସ୍‌ କ୍ୟାଟେଗୋରି ସୁରକ୍ଷା ସିଆଇଏସ୍‌ଏଫ ପକ୍ଷରୁ ଦିଆଯିବ ।

ଏହି ପ୍ରକାର ସୁରକ୍ଷା ବ୍ୟବସ୍ଥାରେ ଆର୍ମଡ୍‌ ପୋଲିସର ୧୧ କମାଣ୍ଡୋଙ୍କୁ ମୁତୟନ କରାଯାଏ। ଏଥିରେ ୫୮ ଜଣ ଯବାନ ଭିଆଇପିଙ୍କ ସୁରକ୍ଷା ପାଇଁ ଘର ପାଖରେ  ସଜାଗ ରୁହନ୍ତି। ଏହା ସହ ୬ ଜଣ ପିଏସଓ ତିନୋଟି ସିଫ୍ଟରେ ସୁରକ୍ଷା ଯୋଗାନ୍ତି।

ନିକଟରେ ‘ପଦ୍ମ’ ଧରିଥିବା ମିଥୁନା ଦା’  ନିଜକୁ ଗୋଖର ବୋଲି କହିବା ସହ ଗୋଟିଏ ଚୋଟ ପର୍ଯ୍ୟାପ୍ତ ବୋଲି କହିଥିଲେ। ବିଜେପିରେ ମିଶିବା ପରେ ପରେ ସେ ଉପସ୍ଥିତ ଜନତାଙ୍କୁ ଏପରି କହିଥିଲେ। ସୂଚନାନୁଯାୟୀ, ମିଥୁନଙ୍କ ପୂର୍ବରୁ ପଶ୍ଚିମବଙ୍ଗରେ ୬୦ ଜଣ ନେତାଙ୍କୁ ଗୃହ ମନ୍ତ୍ରାଳୟ ଏକ୍ସ ଏବଂ ଓ୍ବାଇ କ୍ୟାଟେଗୋରି ସୁରକ୍ଷା ପ୍ରଦାନ କରିସାରିଛି। ଏ ସମସ୍ତ ସୁରକ୍ଷା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କେବଳ ଗୋଟିଏ ମାସରେ ପଶ୍ଚିମବଙ୍ଗ ନେତାଙ୍କୁ ଦିଆଯାଇଛି।

Leave a Reply

Your email address will not be published. Required fields are marked *