ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର । ଭୁବନେଶ୍ବର ୟୁନିଟ୍ ୩ ସ୍ଥିତ ସାମ୍ବାଦିକଙ୍କ ଘରୁ ଚୋରୀ କରିଛନ୍ତି ଦୁର୍ବୃତ୍ତ । ଘରର ମେନ୍ ଗେଟ୍ ଓ ଘର ତାଲା ତାଡି କଳାକନା ବୁଲାଇ ଦେଇଥିବା ଜଣାପଡିଛି । ଚୋଚୀ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଚଳାଇଛି ।
ସୂଚନାଯୋଗ୍ୟ ଗତକିଛି ଦିନ ତଳେ ରାଜଧାନୀରେ ଜଣେ ଭିଜିଲାନ୍ସ ଡିଏସପିିଙ୍କ ବେକରୁ ତାଙ୍କ କ୍ବାଟର ଆଗରୁ ଚେନ୍ ଛଡାଇ ନେଇଥିଲେ ଦୁର୍ବୃତ୍ତ । ତେବେ ଭୁବନେଶ୍ଵରରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୃଭାବ ବଢିବାରେ ଲାଗିଛି । ଯାହା ପୁଲିସପାଇଁ ଚିନ୍ତା ବଢାଇ ଦେଇଛି।