ଟୋକିଓ ଅଲିମ୍ପିକରେ ଭାରତର ବିଜୟ ଅଭିଯାନ ଆରମ୍ଭ, ଭାରତ୍ତୋଳକରେ ଚାନୁଙ୍କୁ ରୌପ୍ୟ
ଜାପାନ, (ଓଡିଶା ଟାଇମ୍): ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ମୀରାବାଇ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ ।
ତେବେ ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ । ଫଳରେ ସ୍ୱର୍ଣ୍ଣ ପଦକ ରେସରୁ ସେ ବାଦ ପଡିଛନ୍ତି । ମୀରାବାଈ ଚାନୁ ସ୍ନାଚ୍ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେପଟେ ଆଉ ଏକ ପଦକ ଦାବିଦାର ଦୌଡରେ ଅଛନ୍ତି ସୌରଭ ଚୌଧୁରୀ । ୧୦ ମିଟରେ ଏୟାର ରାଇଫଲରେ ସେ ନିଜର ଚମତ୍କାର ପ୍ରଦର୍ଶନ ଦେଇଛନ୍ତି ।
Tokyo Olympics: Weightlifter Mirabai Chanu opens India's tally at Games, wins silver in Women's 49kg category
Read @ANI Story | https://t.co/tSIFjhW9Nl#Tokyo2020 pic.twitter.com/bzTWSjuGAl
— ANI Digital (@ani_digital) July 24, 2021











