ନାବଳକ ସ୍କୁଟି ଚାଳକ ଗଣିଲେ ୨୬ ହଜାର ଟଙ୍କା ଫାଇନ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍କୁଟି ଚାଳକଙ୍କ ଉପରେ ଲାଗିଲା ୨୬ ହଜାର ଟଙ୍କାର ଫାଇନ୍‌ । ଆଜି  ଭୁବନେଶ୍ୱର ଖଣ୍ଡଗିରି ଛକରେ ଚେକିଂ ସମୟରେ ଟ୍ରାଫିକ୍‌ ପୋଲିସ୍‌ ଏହି ସ୍କୁଟିକୁ ଫାଇନ୍‌ ଲଗାଇଛନ୍ତି । ଗାଡ଼ିର ମାଲିକ ହେଉଛନ୍ତି ନିରଞ୍ଜନ ଦାଶ । ତେବେ ଏହାକୁ ଆଜି ଚଳାଉଥିଲେ ଦେବାଶିଷ ପରିଡ଼ା । ତାଙ୍କ ନାଁରେ ମୋଟ୍‌ ୨୬ ହଜାର ଟଙ୍କାର ଚାଲାଣ କଟାଯାଇଛି ।

ତେବେ ଆଜି ସ୍କୁଟି ଚଳାଉଥିବା ଦେବାଶିଷ ନାବାଳକ ଥିଲା । ତାଙ୍କର ବୟସ ୧୮ ବର୍ଷରୁ କମ୍‌ ଓ ଡ୍ରାଇଭିଂ ଲାଇସେନ୍ସ ନଥିଲା । ଦେବାଶିଷଙ୍କ ପଛ ପଟେ ବସିଥିବା ପିଲା ମଧ୍ୟ ହେଲମେଟ୍‌ ପିନ୍ଧି ନଥିଲେ । ଏସବୁକୁ ନେଇ ଟ୍ରାଫିକ୍‌ କର୍ମଚାରୀ ୨୬ ହଜାର ଟଙ୍କାର ଫାଇନ୍‌ ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *