ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଓ ସେ ହୋମ ଆଇସୋଲେସନରେ ଅଛନ୍ତି ବୋଲି କହିଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ଦରକାର ପଡ଼ିଲେ କୋଭିଡ଼ ପରୀକ୍ଷା କରିବା ପାଇଁ ଟୁକୁନି ସାହୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ ମନ୍ତ୍ରୀ, ଜଣେ କେନ୍ଦ୍ର ମନ୍ତ୍ରୀ, ୩ ସାଂସଦ ଓ ପ୍ରାୟ ୧୬ଜଣ ବିଧାୟକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସାହୁ, ବ୍ୟୋମକେଶ ରାୟ, ବିଷ୍ଣୁବ୍ରତ ରାଉତରାୟ, ବିକ୍ରମ ପଣ୍ଡା, ସଞ୍ଜୀବ ମଲ୍ଲିକ,ସୁଶାନ୍ତ ସିଂ, ପଦ୍ମିନୀ ଦିଆନ, ସାଂସଦ ସୁରେଶ ପୂଜାରୀ, ମଞ୍ଜୁଲତା ମଣ୍ଡଳ, ରମେଶ ମାଝି, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଭାଗିରଥୀ ସେଠୀ, ପ୍ରତୀମ ପାଢ଼ି, ସୁନନ୍ଦା ଦାସ, ଶ୍ରୀକାନ୍ତ ସାହୁ, ସୁଧାଂଶୁ ଶେଖର ପରିଡ଼ା, ପ୍ରଶାନ୍ତ ମୁଦୁଲି, ସୁକାନ୍ତ ନାୟକ ପ୍ରମୁଖ କରୋନା ସଂକ୍ରମଣର ଶିକାର ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *