ସ୍କୁଲ ଫି ଛାଡ ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ କହିଲେ-ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିଲା ପରେ ପରବର୍ତ୍ତୀ ନିଷ୍ପତ୍ତି
ଭୁବନେଶ୍ବର, (ଓଡିଶା ଟାଇମ୍) :ସ୍କୁଲ ଫି ଛାଡ ପ୍ରସଙ୍ଗ । ଗତକାଲି ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିଲା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । କପି ମିଳିଲେ ବିଭାଗ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆମ ପାଖରେ ପହଞ୍ଚି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନିଆଯିବ। କୋଭିଡ୍ ଯୋଗୁଁ ଘରୋଇ ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ହୋଇଥିଵା ମାମଲାର ରାୟ ପ୍ରକାଶ ପାଇଛି। ରାୟରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ,ସ୍କୁଲ ଫି ହ୍ରାସ ପାଇଁ ହୋଇଥିଵା ଏମ ଓ ୟୁ କୁ ସ୍କୁଲ ଗୁଡିକ ପାଇଁ ଲାଗୁ କରାଯାଇପାରେ। ୧୪ଟି ଵେସରକାରୀ ସ୍କୁଲ,ଗଣଶିକ୍ଷା ଵିଭାଗ ଓ ଅଭିଭାଵକ ସଙ୍ଘ ମଧ୍ୟରେ ଏହି ଏମ୍ ଓ ୟୁ ସ୍ବାକ୍ଷରିତ ହୋଇଥିଲା।
ଏମ୍ ଓ ୟୁ ଅନୁସାରେ ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ଵାର୍ଷିକ ଫି ନେଉଥିବା ସ୍କୁଲ ଗୁଡିକ ୭ଦଶମିକ ୫ପ୍ରତିଶତ ଫି ହ୍ରାସ କରିପାରିବେ । ୧୨ହଜାରରୁ ୨୪ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୨ପ୍ରତିଶତ ଫି ହ୍ରାସ କରିପାରିବେ,ଵାର୍ଷିକ ୨୪ହଜାରରୁ ୪୮ ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୫ପ୍ରତିଶତ,୪୮ହଜାର ରୁ ୭୨ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୨୦ପ୍ରତିଶତ, ୭୨ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଫି’ ନେଉଥିଵା ସ୍କୁଲ ଗୁଡିକ ୨୫ପ୍ରତିଶତ ସ୍କୁଲ ଫି ହ୍ରାସ କରିଵେ। ଏକ ଲକ୍ଷରୁ ଅଧିକ ଫି’ ନେଉଥିବା ସ୍କୁଲ ୨୬ପ୍ରତିଶତ ଫି ହ୍ରାସ କରିଵେ। କିନ୍ତୁ ଏ ସମ୍ପର୍କରେ ଚୁଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେଵେ ଵୋଲି କୋର୍ଟ କହିଛନ୍ତି।