ହେଲମେଟ ନପିନ୍ଧିଥିବାରୁ ଧରିଲା ଟ୍ରାଫିକ୍ ପୋଲିସ: ଫାଇନ୍ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବାଲେଶ୍ୱର ବିଧାୟକ
ବାଲେଶ୍ଵର,(ଓଡ଼ିଶା ଟାଇମ୍):ଟ୍ରାଫିକ ନିୟମ ଭାଙ୍ଗି ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ ଗଣିଲେ ତଣ୍ଡ । ବିନା ହେଲ୍ମେଟ୍ରେ ଯାତ୍ରା କରିଥିବାରୁ ତଣ୍ଡ ଗଣିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଖବର ଅନୁଯାୟୀ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଶନିବାର ଅଚାନକ ବାଲେଶ୍ବର ସହରର କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବାଇକରେ ବସି ଗୋଟିଏ ସ୍କୁଲରୁ ଅନ୍ୟ ଗୋଟିଏ ସ୍କୁଲକୁ ଯାଉଥିଲେ । ସ୍ଥାନୀୟ ବିଧାୟକ ସ୍ବରୂପ ଦାସ ବାଇକ ଚଳାଉଥିଲେ , ଆଉ ମନ୍ତ୍ରୀ ବସିଥିଲେ ତାଙ୍କ ପଛରେ । ତେବେ ଦୁଇ ଜଣ କେହି ହେଲମେଟ ପିନ୍ଧି ନଥିଲେ । ପରେ ମନ୍ତ୍ରୀ ଓ ବିଧାୟକ ଏଥିପାଇଁ ଫାଇନ ଡିପୋଜିଟ କରିଛନ୍ତି । ବାଲେଶ୍ବର ଟ୍ରାଫିକ ଥାନାରେ ଏକ ହଜାର ଟଙ୍କା ଫାଇନ ଦେଇ ଚାଲାଣ କାଟିଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି କିଛି ଦିନ ତଳେ କେନ୍ଦୁଝର ଗସ୍ତରେ ଯାଉଥିବାବେଳେ ହଠାତ୍ ଏକ ଓଭର୍ଲୋଡିଂ ସ୍କୁଲ ଗାଡ଼ିକୁ ଅଟକାଇଥିଲେ । ବସ୍କୁ ଯାଞ୍ଚ କରିବା ସହ ଡ୍ରାଇଭର୍କୁ ତାଗିଦ୍ କରିଥିଲେ । ଓଭରଲୋଡିଂ ନେଇ ସ୍କୁଲ ଗାଡିକୁ ତାଗିଦ୍ କରୁଥିବା ବେଳେ ନିଜେ ଆଜି କେମିତି ଭୁଲିଗଲେ ଟ୍ରାଫିକ୍ ନିୟମ । ଆଉ ଚାଲିଗଲେ ବିନା ହେଲ୍ମେଟ୍ରେ ଦୁଇ ଜଣ ।