ବିଧାନସଭାରେ ଖଣି ଦୁର୍ନୀତି ତାତି : ଖଣି ମାଫିଆ ଓ ଅଫିସରଙ୍କୁ ଟାର୍ଗେଟ କରି ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ ଆରମ୍ଭରୁ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଲକ୍ଷେ କୋଟି ଟଙ୍କା ଖଣି ମାଫିଆ ଓ ଅଫିସର ଲୁଟି ନେଇଛନ୍ତି।  ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରମ୍ବାର ଚିଠି ଲେଖିଛି, ହେଲେ ଚିଠି ପ୍ରାପ୍ତି ସ୍ବୀକାର ମିଳୁନି।

ଖଣି ଲିଜ ନବୀକରଣ ଓଡିଶା ପାଇଁ ଆତ୍ମଘାତୀ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ସିରାଜୁଉଦିନ କମ୍ପାନୀ ନାଁରେ ଭିଜିଲାନ୍ସ ମାମଲା ହେଲା ପରେ ବି ତାଙ୍କୁ କିପରି ଲିଜ ମିଳିଲା । ରୁଙ୍ଗଟା ମାଇନ୍ସ ନାଁରେ ବି MMDR ଆକ୍ଟରେ ମାମଲା ରହିଛି । ସେମାନଙ୍କ ନାଁରେ କିପରି ଖଣି ଲିଜ୍ ନବୀକରଣ ହେଲା ବୋଲି ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।

ସେହିପରି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ୯ ଟି ଖଣିରେ ୩୬ଶହ କୋଟି ରାଜସ୍ବ କ୍ଷତି ହୋଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ । ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଖଣି ନିଲାମ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ହୋଇଛି, କିଛି ଲୁଚାଯାଉନାହିଁ।

Leave a Reply

Your email address will not be published. Required fields are marked *