ଆଇଇଡି ବିସ୍ଫୋରଣରେ ଯାତ୍ରୀବାହୀ ଯାନ ଧ୍ବସ୍ତବିଧ୍ବସ୍ତ

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି-ଛତିଶଗଡ ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଗଲା ଟାଟା ସୁମୋ ଗାଡି । ବିସ୍ଫୋରଣ ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଯବାନମାନଙ୍କୁ ଟାର୍ଗେଟ୍ କରି ଏଭଳି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ମାଓବାଦୀ । ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁରରେ ବଡ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ବାସାଗୁଡା ଗାଁ ନିକଟରେ ଘଟିଛି ବିସ୍ଫୋରଣ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଟାଟା ସୁମୋ ଗାଡିଟି ଉଡିଯାଇଛି । ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ବିସ୍ଫୋରଣରେ ଖବର ଘଟଣାସ୍ଥଳରେ ଯବାନମାନେ ପହଞ୍ଚିଛନ୍ତି । ବିସ୍ଫୋରଣର ଅଧିକ ଛାନଭିନ୍ ଜାରି ରହିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *