ରାଜ୍ୟରେ ସେପ୍ଟେମ୍ବର ୧ ଯାଏଁ ବଢିଲା ଆଂଶିକ ଲକଡାଉନ୍, ସକାଳ ୬ରୁ ରାତି ୮ ସବୁ ଖୋଲା
ଭୁବନେଶ୍ବର, (ଓଡିଶା ଟାଇମ୍): ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍ ନେଇ ସୂଚନା ଜାରି କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ପୁରୀ, କଟକ ଏବଂ ଭୁବନେଶ୍ବରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ।
- ¤ଘୋଷିତ ନିର୍ଦ୍ଦେଶନାମା ମାସକ ପାଇଁ ସେପ୍ଟେମ୍ବର ପହିଲା ଯାଏ ଲାଗୁ।
- ¤ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ।
- ¤ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର।
- ¤ସାରା ରାଜ୍ୟରେ ଦୋକାନ ବଜାର ସକାଳ ୬ରୁ ରାତି ୮ଟା ଯାଏ ଖୋଲା।
- ¤କଟକ, ପୁରୀ, ଭୁବନେଶ୍ୱରରେ ଶନିବାର, ରବିବାର ଦୋକାନ ବଜାର ବନ୍ଦ।
- ¤ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା।
- ¤ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବ ମଧ୍ୟ ବାରଣ- SRC।
- ¤ସମୁଦ୍ର କୂଳ, ପାର୍କ ଖୋଲା ରହିବ; ଗାଇଡଲାଇନ ମାନିବେ ପର୍ଯ୍ୟଟକ।
- ¤ସମସ୍ତ ମଲ୍ ଖୋଲିବ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର।
- ¤ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍।
- ¤ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ।
- ¤ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ।
- ¤ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ।
- ¤ରାଜ୍ୟ ଭିତରେ ବସ୍ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ନେବେ।
- ¤ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ।
- ¤ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ।
- ¤ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ।
- ¤ନନ୍ଦନକାନନ, ଇଣ୍ଡୋର, ଓ୍ବାର୍ଟର ପାର୍କ ଆଦି ଖୋଲା ଯାଇ ପାରିବ।
ରାଜ୍ୟ ସରକାର ଜାରି କରିଥିବା କରୋନା କଟକଣା ଆଜି ସରୁଥିବାରୁ ଅଗଷ୍ଟ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ସରକାର। ମେ ୫ ରୁ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏହାର ୨ ମାସ ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୀବନ-ଜୀବିକା ସମଚ୍ୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି। ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା











