ଗଜପତି ଜିଲ୍ଲାରେ ମୃଦୁ ଭୁମିକମ୍ପ ଝଟକା, ଲୋକେ ଭୟଭୀତ

ଗଜପତି,(ଓଡିଶା ଟାଇମ୍): ଗଜପତି ଜିଲ୍ଲାରେ ଶନିବାର ଭୋର ସମୟରେ ମୃଦୁ ଭୁମିକମ୍ପ ଝଟକା ଅନୁଭୂତ ହୋଇଛି ।

ଆଜି ଭୋର ୭ଟା ୧୦ମି.ରେ ଅନୁଭୂତ ହୋଇଥିବା ଏହି ଭୁମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ରହିଛି ।

ଭୁବନେଶ୍ୱର ସ୍ଥିତ ମେଟ୍ରୋଲେଜିକାଲ୍ ସେଣ୍ଟରର ସୂଚନାନୁଯାୟୀ ବ୍ରହ୍ମପୁର ଠାରୁ ୭୩ କିମି. ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ ଏହି ଭୁମିକମ୍ପ କେନ୍ଦ୍ରବିନ୍ଦୁ ରହିଥିବା ବେଳେ ମୃଦୁ ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ଗଭୀରତା ୧୬ କିମି. ରହିଥିଲା ।

ତେବେ ଏହାବ୍ୟତିତ ଗଞ୍ଜାମ ଜିଲ୍ଲାର ଦିଗ ପହଣ୍ଡି, ପାତ୍ରପୁର ଓ ଚିକିଟି ଅଞ୍ଚଳରେ ମଧ୍ୟ ଏହି ଭୂମିକମ୍ପର ସାମାନ୍ୟ ପ୍ରଭାବ ପଡିଥିଲା ।

ସକାଳ ସମୟରେ ଏହି ଭୁମିକମ୍ପ ହେବା ଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିବା ସହ ଘରୁ ବାହାରକୁ ପଳାଇ ଯାଇଥିଲେ ବୋଲି ସୂଚନା ମିଳିଛି ।

ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳି ପାରିନାହିଁ ।

Leave a Reply

Your email address will not be published.