ଭାରତୀୟ ବାୟୁ ସେନାର MiG‌ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତୀୟ ବାୟୁସେନାର ଏକ MiG-21 ବାଇସନ ବିମାନ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି। ଏହି ବିମାନ ମଧ୍ୟ ଭାରତର ଏକ ଏୟାରବେସରୁ ଏକ ଯୁଦ୍ଧ ପ୍ରଶିକ୍ଷଣ ମିଶନ ପାଇଁ ଯାଇଥିଲା। ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁରେ ଭାରତୀୟ ବାୟୁସେନା ଗଭୀର ଶୋକ ପ୍ରକାଶ କରିଛି। ବାୟୁସେନା ମୃତ ଗ୍ରୁପ କ୍ୟାପଟେନଙ୍କ ପରିବାରକୁ ସମବେଦନା ଜଣାଇଛି। ଦୁର୍ଘଟଣାର କାରଣ ପତା କରିବାକୁ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *