ଏମଡିଏଚ ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଏମ୍‌ଡିଏଚ୍‌ ମସଲାର ମାଲିକ ମହାଶୟ ଧର୍ମପାଲ୍‌ ଗୁଲାଟିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସାଢ଼େ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି।

ସୂଚନାଯୋଗ୍ୟ ଏମଡିଏଚ ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ଗତ କିଛି ଦିନ ହେବ ଅସୁସ୍ଥ ହୋଇଥିଲେ ଧର୍ମପାଲ ଗୁଲାଟୀ। ଏହାପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା। ସେଠାରେ ପ୍ରାୟ ୩ ସପ୍ତାହ ଧରି ଚିକିତ୍ସାଧିନ ଅବସ୍ଥାରେ ରହିବା ପରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

Leave a Reply

Your email address will not be published.