ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ

କଟକ, (ଓଡିଶା ଟାଇମ୍): ମଙ୍ଗଳବାର ବାହାରିବ ରେଜଲ୍ଟ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଅନଲାଇନ୍ ମାର୍କିଂରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇଥିଲା। ଏହି ଛାତ୍ରଛାତ୍ରୀମାନଙ୍କର ଆଜି ଅପରାହ୍ନରେ ପ୍ରକାଶ ପାଇବ ରେଜଲ୍ଟ । ମୋଟ୍ ୧୫ ହଜାର ୧୩୬ ଜଣ ଅନଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ପରୀକ୍ଷା ଦେଇଥିଲେ।

ସୂଚନାଯୋଗ୍ୟ ଯେ, କୋଭିଡ୍ କଟକଣା ଯୋଗୁଁ ଏପ୍ରିଲ୍ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା କରାଯାଇଥିଲା। ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ସେମାନେ ଇଚ୍ଛାଧୀନ ପରୀକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *