ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ
ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା ମାଟ୍ରିକ ପରୀକ୍ଷା ସୂଚୀ। କରୋନା କଟକଣା ପରେ ମାଟ୍ରିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରାଜି , ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ। ମେ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ। ସେହିପରି ମେ ୧୦ ତାରିଖରେ ଗଣିତ ପରୀକ୍ଷା, ମେ’ ୧୨ରେ ବିଜ୍ଞାନ ଏବଂ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଅଧିକ ସମୟ ମିଳିବ ।