ଅଫଲାଇନ୍ ମାଟ୍ରିକ ପରୀକ୍ଷା ଲାଗି ଆଜି ଠାରୁ ଅନଲାଇନରେ ଫର୍ମପୂରଣ

କଟକ, (ଓଡିଶା ଟାଇମ୍): ମାଟ୍ରିକ ପରୀକ୍ଷାଫଳ ନେଇ ଅସନ୍ତୁଷ୍ଟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ । ଏଥିପାଇଁ ଆଜି ଠାରୁ ଫର୍ମ ଫିଲ୍ ଅଫ୍ ଆରମ୍ଭ ହେବ । ୧୦ ଦିନ ଭିତରେ ଫର୍ମ ଫିଲପ୍ ଶେଷ କରିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଦେୟରେ ୧୪ ତାରିଖ ଯାଏ ଚାଲିବ ଫର୍ମ ପୂରଣ ପ୍ରକ୍ରିୟା ଚାଲିବ ବୋଲି ଜଣାପଡ଼ିଛି । ଜୁଲାଇ ମାସରେ ଅଫଲାଇନରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ଏହାପରେ ଜୁଲାଇରେ ହିଁ ୨୦ ଦିନରେ ଫଳପ୍ରକାଶ ପାଇବ ।

ମୂଲ୍ୟାଙ୍କନକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଦେଖାଯିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ଅଫଲାଇନରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ୨ରେ ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି  । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାପରେ ମାର୍କକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରତିବାଦ କରିଥିଲେ  l

ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଜୁନ୍ ୨୫ରେ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ଇତିହାସରେ ଏହା  ରେକର୍ଡ ସୃଷ୍ଟି କରିଥିଲା ।  ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ୧୦ମ ବୋର୍ଡ ପରୀକ୍ଷା ଫଳ।  ଚଳିତ ବର୍ଷ ପାସ ହାର ୯୭.୮୯ ପ୍ରତିଶତ ରହିଥିଲା ବେଳେଏକ୍ସ ରେଗୁଲାର ଫଳାଫଳ ମଧ୍ୟ ୮୮ ପ୍ରତିଶତ ରହିଥିଲା । ଗତବର୍ଷ ଅପେକ୍ଷା ଫଳାଫଳ ଭଲ ରହିଛି ବୋଲି କୁହାଯାଉଥିଲା , ତଥାପି ଅସନ୍ତୁଷ ହୋଇଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମୂଲ୍ୟାୟନକୁ ବିରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *