ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ

କଟକ, (ଓଡିଶା ଟାଇମ୍) :ବୁଧବାର ବସୁଛି ମାଧ୍ୟମିକ ଶିକ୍ଷା ପରିଷଦର ଜେନେରାଲ ବଡି ବୈଠକ । ମାଟ୍ରିକ ପରୀକ୍ଷା ନେଇ ଏହି ବୈଠକରେ ଆଲୋଚନା ହେବ। ତେବେ ଏ ସଂପର୍କରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ସରକାରଙ୍କ ନିଷ୍ପତ୍ତି ପରେ ଏନେଇ ପଦକ୍ଷେପ ନିଆଯିବ। ଫେବ୍ରୁଆରୀ ମାସରେ ପରୀକ୍ଷା ହେବାର ଥିଲେ ମଧ୍ୟ ଏହା କରୋନା ସ୍ଥିତି ଯୋଗୁଁ ବିଳମ୍ବିତ ହୋଇପାରେ । ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ରାଜ୍ୟ ସରକାରଙ୍କର ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ । ବିଳମ୍ବରେ ହେଲେ ବି ପରୀକ୍ଷାକୁ ସୂଚାରୁ ରୂପେ କରାଯିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି କହିଛନ୍ତି ।

Leave a Reply

Your email address will not be published.