ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ
ଭୁବନେଶ୍ୱର,(ଓଡିଶା ଟାଇମ୍): ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଖାତା ଦେଖା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଖାତା ଦେଖା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଖାତା ଦେଖା କେନ୍ଦ୍ରରେ କରୋନା ଗାଇଡ଼ ଲାଇନ ସହ ମାସ୍କ ଓ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ ହୋଇଛି କରାଯାଇଛି । ଅନ୍ୟପଟେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । କଟକସ୍ଥିତ ବୋର୍ଡ଼ କାର୍ୟ୍ୟାଳୟରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସ୍ଥଗିତ ଥିବା ମାଟ୍ରିକ ଖାତା ଦେଖା ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହିପରି ସୂଚନା ଦେଇଥିଲେ । ଗତ ୨୦ତାରିଖରୁ ମାଟ୍ରିକ ଖାତା ଦେଖା ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବାତ୍ୟା ଅମ୍ଫନ ପାଇଁ ଏହା ଗୋଟିଏ ଦିନ ପାଇଁ ଘୁଞ୍ଚାଯାଇ ଆଜିଠୁ ଖାତା ଦେଖା ହେବାର ଥିଲ। ।