ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବୈଷ୍ଣୋ ଦେବୀ ମନ୍ଦିର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କରୋନା ମହାମାରୀ କଟକଣା ଭିତରେ ପ୍ରାୟ ୫ ମାସ ପରେ ମା ବୈଷ୍ଣୋ ଦେବୀଙ୍କ ଯାତ୍ରା ଆରମ୍ଭ ହେଉଛି। ଏଥର ପ୍ରତି ଦିନରେ କେବଳ ୨ ହଜାର ଲୋକଙ୍କୁ ଦର୍ଶନ ଅନୁମତି ଦିଆଯିବ ।

ଏ ସମ୍ପର୍କରେ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରମେଶ କୁମାର କହିଛନ୍ତି ଯେ ଏହି ଯାତ୍ରାରେ ସାମିଲ ହେବା ଲାଗି ଦର୍ଶକଙ୍କୁ ଅନଲାଇନ୍ ପଞ୍ଜିକରଣ କରିବାକୁ ପଡିବ । ସେହିପରି ଅନ୍ୟ ସ୍ଥାନର ଲୋକ ତଥା ଜାମ୍ମୁ କାଶ୍ମୀର ରେଡ୍ ଜୋନ୍ ଜିଲ୍ଲାର ଲୋକମାନଙ୍କୁ ନିଜର କାରାନା ନେଗେଟିଭ୍ ରିପୋର୍ଟ ନିଜ ସହିତ ରଖିବାକୁ ପଡିବ । ଏହାର ଯାଞ୍ଚ ହେଲିପ୍ୟାଡ୍‌, ଡୟୋଢି ଗେଟ୍‌, ବାଣଗଙ୍ଗା, କଟରାରେ କରାଯିବ ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରମେଶ କୁମାର ଆହୁରି କହିଛନ୍ତି ଯେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ୧୯୦୦ ଜଣ ଜାମ୍ମୁ କାଶ୍ମୀର ଭିତରର ଲୋକ ହୋଇଥିବା ବେଳେ ବାହାରୁ ମାତ୍ର ୧୦୦ ଜଣଙ୍କୁ ଆସିବା ପାଇଁ ଅନୁମତି ରହିଛି ।

ଏହାଛଡା ତୀର୍ଥ ଯାତ୍ରୀଙ୍କ ଲାଗି ମାସ୍କ, ଫେସ୍ କଭର ପିନ୍ଧିବା ବାଧ୍ୟତାମୂଳକ ହେବା ସହିତ ସ୍କ୍ରିନିଂ ମଧ୍ୟ କରାଯିବ । ଯାତ୍ରୀଙ୍କ ଯାତ୍ରାକୁ ସହଜ କରିବା ଲାଗି ବ୍ୟାଟେରୀ ଚାଳିତ ବାହନ, ଯାତ୍ରୀ ରୋପୱେ ଓ ହେଲିକାପ୍ଟର ସେବା ମଧ୍ୟ ଉପଲବ୍ଧ କରା ଯାଉଥିବା ବେଳେ ସମସ୍ତେ ପରସ୍ପର ଠାରୁ ସାମଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ ।

ସୂଚନାଯୋଗ୍ୟ, ମହାମାରୀ କରୋନା ଯୋଗୁଁ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରକୁ ବନ୍ଦ କରା ଯାଇଥିଲା । ଏପରିକି ମନ୍ଦିରକୁ ବାରମ୍ବାର ସାନିଟାଇଜ୍ ମଧ୍ୟ କରା ଯାଇଥିଲା । ଯାହା ଫଳରେ ମନ୍ଦିରକୁ ଆସିବାକୁ ଥିବା ଯାତ୍ରୀମାନେ ସୁରକ୍ଷିତ ଦର୍ଶନ କରି ପାରିବେ ।

ମନ୍ଦିରରେ ପ୍ରବେଶ ନେଇ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଗାଇଡ ଲାଇନ୍ ମଧ୍ୟ ଜାରି କରାଯାଇଛି । ଜାମ୍ମୁ କାଶ୍ମୀରର ବାହାରୁ ଏଠାକୁ ଅଧିକ ଶ୍ରଦ୍ଧାଳୁ ଆସିବାକୁ ଅନୁମତି ଦିଆ ଯାଇନାହିଁ ।

Leave a Reply

Your email address will not be published.