ସାମୁହିକ ଆତ୍ମହତ୍ୟା ଉଦ୍ୟମ ଘଟଣା, ଆଖି ବୁଜିଲେ ସାନ ପୁଅ ଶ୍ରୀକାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା । ବୁର୍ଲା ମେଡିକାଲରେ ଆଖି ବୁଜିଲେ ମୃତକ ଦୀପକ ବିଶ୍ୱାଳଙ୍କ ଭାଇ ଶ୍ରୀକାନ୍ତ ବିଶ୍ୱାଳ । ଜଣେ ଭଉଣୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଅନ୍ୟ ଦୁଇ ଭଉଣୀ ଓ ମାଆ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଦୁର୍ଘଟଣାର ଶିକାର ହୋଇ ୨ ବର୍ଷ ହେବ ଶର୍ଯ୍ୟାଶାୟୀ ଥିବା ଦୀପକ ବିଶ୍ୱାଳଙ୍କ ମୃତ୍ୟୁ ପରେ ଏପରି ଚରମ ନିଷ୍ପତ୍ତି ନେଇଥିଲେ ପରିବାର ଲୋକ । ବୋଝ ଉପରେ ଏବେ ନଳିତା ବିଡ଼ା । ଦୀପକଙ୍କ ମୃତ୍ୟୁ ହୋଇଥିଲା, ଏବେ ଦୀପକଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଭାଇ ଶ୍ରୀକାନ୍ତଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଝାରସୁଗୁଡ଼ା ବିଟିଏମ୍ ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଘଟିଥିବା ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିପକାଇଛି ।