ଆଜିଠୁ ୮ ତାରିଖ ଯାଏ ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ
ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠାରୁ ନକ୍ସଲ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଓବାଦୀ ଡିସେମ୍ବର ୨ତାରିଖରୁ ୮ତାରିଖ ପର୍ୟ୍ୟନ୍ତ ସେମାନଙ୍କ ଚଖଏଇ ସପ୍ତାହ ପାଳନ କରୁଛନ୍ତି । ଏଥି ନିମନ୍ତେ ଗତ କିଛି ଦିନ ତଳେ ପାଟସାଲି ଠାରେ ପୋଷ୍ଟର ବ୍ୟାନର ମାରି ସପ୍ତାହ ପାଳନ ପାଇଁ ମାଓବାଦୀ ଆହ୍ୱାନ ଦେଇଛନ୍ତି।
ଏସବୁକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହିସମୟରେ ସଂଗଠନକୁ ସୁଦୃଢ କରିବା ନିମନ୍ତେ ଅଞ୍ଚଳରେ ଲୋକଙ୍କ ସହ ସଭାସମିତି କରି ସରକାରଙ୍କ ଉନ୍ନତି ମୂଳକ କାର୍ୟ୍ୟକୁ ବିରୋଧ କରି ଲୋକମାନଙ୍କଙ୍କୁ ନିଜ ଦଳରେ ସାମିଲ କରାଇଥାନ୍ତି। ଉନ୍ନତି ମୂଳକ କାର୍ୟ୍ୟ ଗୁଡିକୁ ଭଣ୍ଡୁର କରିବାପାଇଁ ପୋଡାଜଳା , ବିଷ୍ଫୋରଣ କରି ସାଧାରଣ ସମ୍ପତ୍ତି ସବୁ ନଷ୍ଟ କରିଥାନ୍ତି ।
ରାୟଗଡ଼ା ପୋଲିସ ପକ୍ଷରୁ ସହରରେ ନାକା ଚେକିଂ ଠାରୁ ଆରମ୍ଭ କରି ସହରର ପ୍ରବେଶ ପଥରେ ଯାଞ୍ଚ କଡାକଡି କରାଯାଇଛି । ସେହିପରି ଗୁଇନ୍ଦା ବିଭାଗ କୁ ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ ସୀମାନ୍ତ ଅଞ୍ଚଳରେ ରେ କୁମିଂ ଯୋରଦାର କରାଯାଇଛି। ଯେଉଁଥିରେ ରାୟଗଡ଼ା ପୋଲିସ ସହ ସିଆରପିଏଫ ଓ ବିଏସଏଫ ଜବାନ ସାମିଲ ଅଛନ୍ତି ।