ଆଜିଠୁ ମାଓବାଦୀଙ୍କ ସହୀଦ ସପ୍ତାହ, କମ୍ବିଂ ଜୋରଦାର

ରାୟଗଡା, (ଓଡିଶା ଟାଇମ୍) : ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାରଠୁ ଆରମ୍ଭ ହୋଇଛି ମାଓବାଦୀ ସହିଦ ସପ୍ତାହ ଦିବସ। ଏହି ସହିଦ ଦିବସ ଅଗଷ୍ଟ ୩ ଯାଏଁ ପାଳନ କରାଯିବ।

ବିଶେଷ ଭାବେ  ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ  ସଂଗଠନର ବାସଧାରା-ଘୁମସୁର-ନାଗାବଳି ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ନାନ ଦେଇଛି ।

ମାଓବାଦୀଙ୍କ  ସହିଦ ସପ୍ତାହୁ ଜରରରେ ରଖି  ହିଂସାକାଣ୍ଡ, ପୋଡାଜଳା ସମ୍ଭାବନା ରହିଛି  । ତେଣୁ ପୁଲିସ ପକ୍ଷରୁ  ରାୟଗଡା ଜିଲ୍ଲାରେ  କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ମାଓ ପ୍ରବଣ କଲ୍ୟାଣସିଂହପୁର, କାଶୀପୁର, ଦୋରାଗୁଡ଼ା, ଆମ୍ବଦୋଳା, ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ ଓ ଗୁଡ଼ାରୀ ଥାନା ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ରାୟଗଡ଼ା ଜିଲ୍ଲାର  ସମସ୍ତ ସୀମାକୁ ସିଲ କରାଯିବା ସହ ଚେକିଂ ଓ ବ୍ଲକିଂ  ଜାରି ରହିଛି । ମୁଖ୍ୟତଃ ନିୟମଗିରି ଓ ବାସଙ୍ଗମାଳି ପାହାଡ଼ ମାଓବାଦୀଙ୍କ ଆଡ୍ଡାସ୍ଥଳୀ ହୋଇଥିବାରୁ  ସେଠାରେ   ଏସଓଜି, ବିଏସଏଫ ଓ ସିଆରପିଏଫ ଯବାନଙ୍କୁ ଉକ୍ତ  ଅଂଚଳକୁ ପଠାଯାଇଛି  । ଏହାସହ  ସୀମାନ୍ତ  କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଂଚଳକୁ ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave a Reply

Your email address will not be published.