ମେନପୁର ଡିଭିଜନ୍ ମାଓବାଦୀ ଲଗାଇଲେ ପୋଷ୍ଟର
ନବରଙ୍ଗପୁର, (ଓଡିଶା ଟାଇମ୍): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର। ରାଇଘରରୁ କୁନ୍ଦେଇ ଯାଉଥିବା ମୁଖ୍ୟ ରାସ୍ତା କଡରେ ଲାଗିଛି ଏହି ପୋଷ୍ଟର । ମେନପୁର ଡିଭିଜନ୍ ମାଓବାଦୀଙ୍କ ପକ୍ଷରୁ ସହିଦ ସପ୍ତାହ ପାଳନ ନେଇ ପୋଷ୍ଟରରେ ଆହ୍ବାନ ଦିଆଯାଇଛି । ଜଙ୍ଗଲ ଜମି ଅଧିକାର ଦାବି ସହ ଲୋକଙ୍କୁ ମାଓ ସଂଗଠନରେ ଯୋଗ ଦେବା ପାଇଁ ଆହ୍ବାନ କରାଯାଇଛି।











