କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ବାନ
କଳାହାଣ୍ଡି, (ଓଡିଶା ଟାଇମ୍) :ଲାଞ୍ଜିଗଡରେ ପୁଣି ମାଓ ପୋଷ୍ଟର । ନିୟମଗିରି ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରିଛନ୍ତି ଲାଲ ବାହିନୀ । ବଂଶଧାରା ଘୁମୁସୁର ନାଗାବଳି ଡିଭିଜନ ସଂଙ୍ଗଠନ ପକ୍ଷରୁ ୨ ତାରିଖ ରୁ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀ ନିବେଦନ କରିଛନ୍ତି ।
ବିଜେପୁର ଥାନା ତ୍ରୀଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ ପାଦଦେଶରେ ଥିବା ଫୁଲଡୁମେର ଗାଁରେ ଏକ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଛି। ନିୟମଗିରି ଅଞ୍ଚଳରେ ସକ୍ରିୟ ହୋଇ ବଂଶଧାରା ଘୁମୁସୁର ନାଗାବଳି ଡିଭିଜନ ସଂଙ୍ଗଠନ ପକ୍ଷରୁ ଏକ ମାଓ ପୋଷ୍ଟର ମରାଯାଇଛି। ନିୟମଗିରି ଅଞ୍ଚଳରେ ସକ୍ରିୟ ହୋଇ ବଂଶଧାରା ଘୁମୁସୁର ନାଗାବଳି ଡିଭିଜନ ମାଓ ସଂଙ୍ଗଠନ ପୋଷ୍ଟର ମାରି ରାସ୍ତା କାମ କୁ ବିରୋଧ କରି ନିଜର ଉପସ୍ଥିତି ଜାହିର କରିଛି ।