ଚିତ୍ରକୋଣ୍ଡାରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର

ଚିତ୍ରକୋଣ୍ଡା,(ଓଡ଼ିଶା ଟାଇମ୍):ବହୁଦିନ ବ୍ୟବଧାନ ପରେ ଚିତ୍ରକୋଣ୍ଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର ।  ଚିତ୍ରକୋଣ୍ଡା ଅଞ୍ଚଳର ଟନେଲକ୍ୟାମ୍ପରୁ ଡାଇକ-୦୧ର ମୁଖ୍ୟ ରାସ୍ତାରେ ଲାଗିଛି ଲାଲ ବାହିନୀର ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲେଖାଯାଇଥିବା ବେଳେ ମିତ୍ତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ୍ ଲାଇନ୍ କାମକୁ ମଧ୍ୟ ବିରୋଧ କରାଯାଇଛି ।ପୁଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଗଞ୍ଜେଇ ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି, ମିଥ୍ୟା ନକ୍ସଲ ଆଖ୍ୟା ଦେଇ ନିରୀହ ଆଦିବାସୀଙ୍କୁ ଦଣ୍ଡିତ କରିବା ବନ୍ଦ ନ କରାଗଲେ ପ୍ରଜାକୋର୍ଟରେ ଦଣ୍ଡିତ କରି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛି ଦଣ୍ଡକାରଣ୍ୟ ଲାଲ ବାହିନୀ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ପୋଲିସ ଡିଜି ସୁନୀଲ କୁମାର ବଂଶଲ ମାଲକାନଗିରି ଜିଲ୍ଲାର ଯନ୍ତ୍ରୀ ପଞ୍ଚାୟତ ଗସ୍ତରେ ଆସି ମାଓ ମୁକାବିଲାର ସ୍ଥିତି ପରୀକ୍ଷା କରିବା ସହ ୫୦ଜଣ ମାଓ ସମର୍ଥକଙ୍କୁ ଆତ୍ମସମର୍ପଣ କରାଇଥିଲେ । ଡିଜି ଗସ୍ତର ଅଳ୍ପ କିଛି ଦିନ ପରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିବା ଏବେ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି ।

Leave a Reply

Your email address will not be published. Required fields are marked *