ମାଓ ହିଂସା : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର
ମାଲକାନାଗିରି, (ଓଡିଶା ଟାଇମ୍): ମାଓ ହିଂସା । ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲା ମାଓ ହିଂସା ଦେଖିବାକୁ ମିଳିଛି । ନକ୍ସଲ ପନ୍ଥୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ଜଣ ସିଆର୍ପିଏଫ୍ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବିଜାପୁର ମୋଦକପାଲ୍ ଥାନା ଅନ୍ତର୍ଗତ ହାଲବାପଡା ଗାଁ ନିକଟରେ ହୋଇଛି ବିସ୍ଫୋରଣ ହୋଇଛି । ଆହତ ଜବାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦୁଇ ଜବାନ ହେଉଛନ୍ତି ବାଲ କିଶନ ଓ ସୋନିଦୁଲ୍ ଇସଲାମ୍ । ରାସ୍ତା ନିର୍ମାଣ କାର୍ଯ୍ୟରେ ଜବାନ ମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ବେଳେ ବିସ୍ଫୋରଣ ହୋଇଛି । ଏନେଇ ସୁଚନା ଦେଲେ ବିଜାପୁର ଏସପି କୋମଳ ଲୋଚନ କାଶ୍ୟବ ।