ମାଓବାଦୀଙ୍କ ଯୋଜନା ପଣ୍ଡ; ଅଳ୍ପକେ ବର୍ତ୍ତିଲେ CRPF ଯବାନ

ସୁକୁମା, (ଓଡିଶା ଟାଇମ୍) : ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ।  ଉପସ୍ଥିତ ବୃଦ୍ଧି ଓ ଅଦମ୍ୟ ସାହସ ଯୋଗୁ ଏକ ଅଘଟଣକୁ ଏଡ଼ାଇ ଦିଆଯାଇଛି। ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ। ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ ସୁକମା ଜିଲ୍ଲାର ନିପ୍ପା ଜଙ୍ଗଲରେ ଘଟିଛି ଏଭଳି ଘଟଣା। ଯେଉଁଠି ପାଞ୍ଚ କିଲୋର ଲାଣ୍ଡମାଇନକୁ ଖଞ୍ଜି ଥିଲେ ଲାଲ ବାହିନୀ।୨୦୬-ସିଆର୍ପିଏଫ୍ ବାଟାଲିୟନ୍ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲ ଭିତରେ ଲାଣ୍ଡମାଇନ୍ ମିଳିଥିଲା। ମେଟେଲ୍ ଡିଟେକଟରରେ ଲାଣ୍ଡମାଇନ ହେବା ପରେ ତାଙ୍କୁ ନିଷ୍କ୍ରିୟ କରାଯାଇଛି।

ତେବେ ମାଓ କାର୍ଯ୍ୟକଳାପ କମିଥିଲେ ସୁଦ୍ଧା ଘଂଚ ଜଗଙ୍ଗଲରେ ରହି ହିଂସା ଘଟାଇବାକୁ ଚକ୍ରାନ୍ତ କରୁଛନତି ମାଓବାଦୀ। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଗଲେ ଯବାନ।

Leave a Reply

Your email address will not be published.