ସେପ୍ଟେମ୍ବରରେ ବସିବ ମୌସୁମୀ ଅଧିବେଶନ, ଟିକା ନେଇନଥିବା ବିଧାୟକଙ୍କୁ ବିଧାନସଭା ମନା

ଭୁବନେଶ୍ବର, (ଓଡିଶା ଟାଇମ୍): ସେପ୍ଟେମ୍ବରରେ ବସିବ ବିଧାନସଭା ମୌସୁମୀ ଆଧିବେଶନ । ଏହାର ୧୪ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଡବଲ ଡୋଜ ଟିକା ନେଇ ନଥିଲେ ବିଧାନସଭା ଅଧିବେଶନ ମନା ବୋଲି କହିଛନ୍ତି ବାଚସ୍ପତି ।

ଯେଉଁ ବିଧାୟକ, ମନ୍ତ୍ରୀ ଡବଲ ଡୋଜ ଟିକା ନେଇ ନଥିବେ ସେମାନେ ଅଧିବେଶନକୁ ଆସିପାରିବେ ନାହିଁ । ଏହାଛାଡ଼ା ଯେଉଁ ବିିଧାୟକ ମାନଙ୍କୁ ତିନିମାସ ଭିତରେ କୋରନା ହୋଇଥିବ ସେମାନଙ୍କ ଦେହରେ ଆଣ୍ଟିବଡି ଥିବାରୁ ସେମାନଙ୍କ ପାଇଁ ଏହି ନିୟମ କୋହଳ କରାଯିବ । ସେହିପରି କର୍ମଚାରୀଙ୍କ ଲାଗି ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *