ମନୋଜ ସିହ୍ନା ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ; ଜାଣନ୍ତୁ, ତାଙ୍କ ରାଜନୈତିକ ଜୀବନୀ ସମ୍ପର୍କରେ…

ଶ୍ରୀନଗର, (ଓଡିଶା ଟାଇମ୍‌): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋଜ ସିହ୍ନା ଏବେ ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ । ଏହାପୂର୍ବରୁ ଗତ ବୁଧବାର ଦିନ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଇସ୍ତଫା ପ୍ରଦାନ କରିଥିଲେ ।

ତାଙ୍କ ଇସ୍ତଫାକୁ ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱିକାର କରିଥିଲେ ।

ସୂଚନାନୁସାରେ, ଗତକାଲି ରାତିରେ ଗିରିଶ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ । କୁହାଯାଉଛି ଯେ ଶ୍ରୀ ମୁର୍ମୁ ନୂଆ କମ୍ପଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍ ଅଫ୍ ଇଣ୍ଡିଆର (ସିଏଜ) ଭାବେ ନିଯୁକ୍ତି ପାଇ ପାରନ୍ତି । ଏପରିକି ସେ ରାଜୀବ ମହର୍ଷିଙ୍କ ସ୍ଥାନ ନେଇ ପାରନ୍ତି । ଯିଏକି ଆଗାମୀ ଦିନରେ ସିଏଜିରୁ ଅବସର ନେବାକୁ ଯାଉଛନ୍ତି ।

ଏହି ଅବସରରେ ଜାଣନ୍ତୁ ମନୋଜ ସିହ୍ନାଙ୍କ ସମ୍ପର୍କରେ କିଛି ସୂଚନା

ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ମୋହନପୁର ଗାଁର ବାସିନ୍ଦା ମନୋଜ ସିହ୍ନା ପୂର୍ବ ଉତ୍ତର ପ୍ରଦେଶର ଗାଜିପୁରର ପୂର୍ବତନ ସାଂସଦ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଛାତ୍ର ଜୀବନରେ ବନାରସ୍ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ୟୁନିଅନ୍ ପ୍ରେସିଡେଣ୍ଟ ରହିଥିଲେ ।

ପ୍ରଥମ ଥର ପାଇଁ ୧୯୯୬ ମସିହାରେ ଲୋକସଭା ନିର୍ବାଚିତ ହୋଇଥିଲେ । ପରେ ୧୯୯୯ ମସିହା ଏବଂ ୨୦୧୪ ମସିହାରେ ମଧ୍ୟ ନିର୍ବାଚନରେ ସେ ବାଜି ମାତ୍ କରିଥିଲେ । ଯାହା ପରେ ତାଙ୍କୁ ମୋଦି ସରକାର କାଳରେ ରେଳ ରାଜ୍ୟ ମନ୍ତ୍ରୀ ଓ ସଞ୍ଚାର ରାଜମନ୍ତ୍ରୀ (ଇଣ୍ଡିପେଣ୍ଡେଣ୍ଟ ଚାର୍ଜ) ଦାୟିତ୍ୱ ପ୍ରଦାନ କରା ଯାଇଥିଲା ।

ସେ ୧୯୮୯ରୁ ୧୯୯୬ ମଧ୍ୟରେ ବିଜେପି ନ୍ୟାସନାଲ୍ କାଉନସିଲର ସଦସ୍ୟ ରହିଥିଲେ ।

ପରେ ୨୦୧୯ ମସିହାରେ ଲୋକସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବିଏସପି)ର ସାସଂଦ ଅଫଜାଲ ଅସାଂରୀଙ୍କ ଠାରୁ ପରାଜିତ ହୋଇଥିଲେ ।

Leave a Reply

Your email address will not be published.