ସିଲ ହେଲା ଭୁବନେଶ୍ୱରର ବ୍ଲୁ ହ୍ୱିଲ ହସ୍ପିଟାଲ
ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ବିଏମସି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ମହାନଗର ନିଗମ ।
ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଜୁନ ୨୩ ସୁଦ୍ଧା ସମୁଦାୟ ୨୭ ଜଣ କରୋନା ପଜିଟିଭ ଏହି ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ । ସିଲ କରାଯିବା ସହ ଏହି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।