ଟିକ୍‌ଟକ୍ ଭିଡିଓରୁ ଗଲା ଜୀବନ : ତଣ୍ଟି ବାଟେ ପଶିଗଲା ଜୀଅନ୍ତା ମାଛ

ତାମିଲନାଡ଼ୁ,(ଓଡିଶା ଟାଇମ୍) : ଜିଅନ୍ତା ମାଛକୁ ପାଟିରେ ପୁରାଇ କରୁଥିଲେ ଟିକ୍ ଟକ୍ ଭିଡିଓ, ତଣ୍ଟିରେ ଅଟକିଯିବାରୁ ଉଡିଗଲା ପ୍ରାଣବାୟୁ

ଆଜିକାଲିର ଯୁବପିଢିକୁ ଲାଗିଛି ଟିକ୍ ଟକ୍ର ନିଶା । କେତେ ଯେ ଭିଡିଓ ପ୍ରସ୍ତୁତ କରାବେଳେ ମଲେଣି, ତାର ଠିକଣା ନାହିଁ । ତଥାପି ଲୋକମାନେ ଏଥିରୁ କିଛି ଶିକ୍ଷା ପାଉନାହାନ୍ତି । ସେହିପରି ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଟିକଟକରେ ଅଧିକ ଲାଇକ୍ ପାଇବା ପାଇଁ ଜିଅନ୍ତା ମାଛ ଗିଳିଦେଇଥିଲେ । କିନ୍ତୁ ଫଳ ହେଲା ଓଲଟା । ମାଛଟି ତଣ୍ଟିରେ ଅଟକିଯିବାରୁ ୨୨ ବର୍ଷର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ତେବେ ତାମିଲନାଡିର ହୋସୁର ହ୍ରଦରେ ଜଣେ ଯୁବକ ମାଛ ଧରିବାକୁ ଯାଇଥିଲେ । ସେଠାରେ ଜୀଅନ୍ତା ମାଛକୁ ଗିଳୁଥିବାର ଟିକ୍ ଟକ୍ ଭିଡିସ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ । ଟିକ୍ ଟକ୍ ଭିଡିଓ ତିଆରି କରିବା ସମୟରେ ଜିଅନ୍ତା ମାଛକୁ ଗିଳିବା ଆରମ୍ଭ କରିଥିଲେ । କିନ୍ତୁ ମାଛଟି ଯୁବକର ତଣ୍ଟି ବା ଗଳାରେ ଅଟକି ଯାଇଥିଲା । ଯେତେବେଳେ ଯୁବକ ଜଣକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ, ସେବେ ତାଙ୍କ ସାଙ୍ଗମାନେ ତାଙ୍କୁ ପିଠିକୁ ଦବାଇଥିଲେ । କିନ୍ତୁ କିଛି ଲାଭ ହୋଇନଥିଲା ।

ତେବେ ମୃତ୍ୟୁ ପୂର୍ବରୁ ଯୁବକମାନେ ତାଙ୍କ ସାଙ୍ଗମାନଙ୍କ ସହ ମଦ୍ୟପାନ କରିଥିବା ଜଣାପଡିଛି । ଏହା ପରେ ତାଙ୍କ ସାଙ୍ଗମାନେ ତାଙ୍କୁ ଏକ ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ପୋଲିସ୍ ଏହି ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରି ତାଙ୍କ ସାଙ୍ଗମାନଙ୍କୁ ଅଟକ ରଖିଛି। ମୃତ ଯୁବକ ଜଣକ ଟିକଟକ୍ ଷ୍ଟାର ଥିଲେ ଏବଂ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଜୀବିତ ମାଛକୁ ଗିଳିବାକୁ ଉଦ୍ୟମ କରୁଥିଲେ।

Leave a Reply

Your email address will not be published. Required fields are marked *