ମନୋବଳ ଆଗରେ ହାର ମାନେ ସବୁ ସମସ୍ୟା; ୧୦୦ କିମି. ସାଇକେଲ୍ ଚଳାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପିତା

ଧାର, (ଓଡିଶା ଟାଇମ୍‌): ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ପ୍ରାୟ ୧୦୫ କିମି. ସାଇକେଲ୍ ଚଳାଇ ଜଣେ ଶ୍ରମିକ ତାଙ୍କ ପୁଅକୁ ନେଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛନ୍ତି ।

ମଧ୍ୟ ପ୍ରଦେଶରେ ‘ରୁକ୍ ଜାନା ନେହିଁ’ ଅଭିଯାନ ମାଧ୍ୟମରେ ୧୦ମ ଓ ୧୨ କ୍ଲାସ୍ ର ଛାତ୍ରଛାତ୍ରୀଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳୁଛି ।

ଯେଉଁଥିପାଇଁ ମନାବର ତହସିଲ୍ ର ଶୋଭାରାମଙ୍କ ପୁଅ ଆଶାିଷକୁ ଦଶମ ଶ୍ରେଣୀରେ ୩ଟି ବିଷୟର ପରୀକ୍ଷା ଦେବାକୁ ଥିଲା । ହେଲେ ପରୀକ୍ଷା କେନ୍ଦ୍ର ତାଙ୍କ ଘର ଠାରୁ ୧୦୫ କିମି. ଦୂର ଧାରରେ ରହିଥିବାରୁ ପରିବାର ପାଇଁ ଚିନ୍ତାର କାରଣ ପାଲଟିଥିଲା ।

କରୋନା ମହାମାରୀ ଯୋଗୁଁ ଏବେ ବସ୍ ଚଳାଚଳ ବନ୍ଦ ଥିବାରୁ କିଛି ଉପାୟ ନପାଇ ଶୋଭାରାମ ପୁଅକୁ ନେଇ ସୋମବାର ରାତି ୧୨ଟାରୁ ସାଇକେଲରେ ପରୀକ୍ଷା କେନ୍ଦ୍ର ଅଭିମୁଖେ ବାହାରି ପଡିଲେ ।

ଖାଲି ଏତିକି ନୁହେଁ ଧାରରେ ରହିବା ପାଇଁ ତାଙ୍କର କୌଣସି ଠିକଣା ନଥିବା ବେଳେ ସେ ଆଗୁଆ ୩ ଦିନ ଲାଗି ଖାଇବା ସାମଗ୍ରୀ ସାଥୀରେ ରଖି ଦେଇଥିଲେ । ପରେ ସେ ମାଣ୍ଡୁ ଘାଟି ଦେଇ ମଙ୍ଗଳବାର ସକାଳେ ପରୀକ୍ଷାର କିଛି ସମୟ ପୂର୍ବରୁ ପରୀକ୍ଷା ହଲରେ ପହଞ୍ଚିଥିଲେ ।

ଏନଡିଟିଭିର ରିପୋର୍ଟ ଅନୁଯାୟୀ ପରୀକ୍ଷା ସରିବା ଯାଏଁ ଦୁହେଁ ପିତା ଓ ପୁତ୍ର ସେଠାରେ ରହିବେ ବୋଲି ଜଣାପଡିଛି ।

ଏସମ୍ପର୍କରେ ଶୋଭାରାମ କହିଛନ୍ତି ଯେ “ମୁଁ ଶ୍ରମିକ ହୋଇଥିଲେ ମଧ୍ୟ ପୁଅକୁ ଏ ଏଭଳି ଦିନ ଦେଖିବାକୁ ଦେବି ନାହିଁ । ମୁଁ ତାକୁ ଅଫିସର ବନାଇବାର ସ୍ୱପ୍ନ ଦେଖିଛି । ଯେ କୌଣସି ପରିସ୍ଥିତିରେ ଏହି ସ୍ୱପ୍ନକୁ ପୂରା କରାଇବା ଲାଗି ଚେଷ୍ଟା କରୁଛି । ଯାହା ଫଳରେ ମୋ ପୁଅ ଓ ତା’ ପରିବାର ଭଲରେ ଜୀବନ ବଞ୍ଚି ପାରିବେ । ପୁଅ ଭଲ ପାଠ ପଢୁଛି ହେଲେ କରୋନା ଯୋଗୁଁ ପରୀକ୍ଷା ସମୟରେ ଟ୍ୟୁସନ୍ ଦେଇ ପାରିଲି ନାହିଁ । ଯେଉଁଥିପାଇଁ ତା’ର ୩ଟି ବିଷୟ ଖରାପ ହେଇଗଲା ।

ହେଲେ ‘ରୁକ୍ ଜାନା ନେହିଁ’ ଅଭିଯାନ କଥା ଶୁଣି ପୁଅ ପରୀକ୍ଷା ଦେବା ପାଇଁ ଜିଦ୍ କରି ବସିଲା । ୧୦୫ କିମି. ଦୂର ଯିବା ପାଇଁ କିଛି ସୁଯୋଗ ନଥିଲା, ସେଥିପାଇଁ ତାକୁ ମନା କରିବି ବୋଲି ଭାବିଲି ହେଲେ ପାରିଲି ନାହିଁ । ତା’ପରେ ମନ ଦୃଢ କରି ପୁଅ ସହ ସାଙ୍ଗରେ କିଛି ରାସନ୍ ନେଇ ବାହାରି ଧାରରେ ଥିବା ପରୀକ୍ଷା କେନ୍ଦ୍ର ଅଭିମୁଖେ ।

Leave a Reply

Your email address will not be published.