ମମତା ଆଜି ହ୍ୱିଲ ଚେୟାରରେ କରିବେ ପଦଯାତ୍ରା

କୋଲକାତା, (ଓଡିଶା ଟାଇମ୍) :ତୃଣମୂଳ କଂଗ୍ରେସ ନେତ୍ରୀ ବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ରୂପରେ ସାମ୍ନାକୁ ଆସିବେ । ସେ ରବିବାର ହ୍ୱିଲଚେୟାରରେ ବସି ପଦଯାତ୍ରା କରିବେ । ମମତା ଦିନ ୧ଟା ବେଳେ କୋଲକାତାରେ ପ୍ରଦଯାତ୍ରା କରିବେ । ଏହି ସମୟରେ ସେ ଦକ୍ଷିଣ କୋଲକାତା ସ୍ଥିତ ମେୟୋ ରୋଡରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରୁ ପଦଯାତ୍ରା ଆରମ୍ଭ କରିବେ । ଏହାସହ ଟିଏମସି ନିଜର କାର୍ଯ୍ୟକ୍ରମରେ କେତେଟା ପରିବର୍ତ୍ତନ କରିଛି । ଦଳ ରବିବାର ନିଜର ନିର୍ବାଚନୀ ଇସ୍ତାହାର ଜାରି କରିବ ନାହିଁ ।

ଏହାପୂର୍ବରୁ ପଶ୍ଚିମବଙ୍ଗରେ ଆଜି ଟିଏମସି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଥାନ୍ତା ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏବେ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି । ତେବେ ମମତା ବାନାର୍ଜୀ ଆହତ ହେବା ପରେ ପ୍ରଥମ ଥର ପାଇଁ ମଞ୍ଚରେ ହ୍ୱିଲ ଚେୟାରରେ ନଜର ଆସିବେ । ଏହାସହ ନିର୍ବାଚନୀ ରାଲିରେ ଭାଗ ନେବେ । ଆହୁରି ମଧ୍ୟ ମାର୍ଚ୍ଚ ୧୫ ତାରିଖରେ ଜନସଭାକୁ ସମ୍ବୋଧିତ କରିବେ । ୧୫ ତାରିଖରେ ସେ ପୁରାଲିଆ, ୧୬ରେ ବାଙ୍କୁରା ଓ ୧୭ରେ ଝାରଗ୍ରାମରେ ରାଲି କରିବେ ।

Leave a Reply

Your email address will not be published. Required fields are marked *