ମମତାଙ୍କ ‘ମା’ ଯୋଜନା ୫ ଟଙ୍କାରେ ଭାତ, ଡାଲି, ଅଣ୍ଡା ତରକାରି

କୋଲକାତା, (ଓଡିଶା ଟାଇମ୍) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଧାରଣ ଜନତାଙ୍କୁ ୫ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ‘ମା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ମାତ୍ର ୫ ଟଙ୍କାରେ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରି ଥାଳି ଯୋଗାଇ ଦିଆଯିବ। ମଧ୍ୟାହ୍ନ ଭୋଜନ ଆକାରରେ ଏହି ଖାଦ୍ୟ ଉପଲବ୍ଧ ହେବ। ପ୍ରଥମେ କୋଲକାତା ମହାନଗରୀରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପରେ ଏହା ରାଜ୍ୟର ଅନ୍ୟ ସହରକୁ ସମ୍ପ୍ରସାରଣ କରାଯିବ। କଲକାତାରେ ଏଥିନିମନ୍ତେ କଲକାତାରେ ୧୬ଟି ରୋଷଶାଳ ବ୍ୟବସ୍ଥା କରାଯାଇଛି। ତୃଣମୂଳ କଂଗ୍ରେସର ନିର୍ବାଚନୀ ସ୍ଲୋଗାନ୍‌ ‘ମା, ମାଟି, ମାନୁଷ’ରୁ ଏହି ଯୋଜନାର ନାମକରଣ କରାଯାଇଛି। ପୂର୍ବରୁ ତାଲାବନ୍ଦ ସମୟରେ କରୋନା ପ୍ରଭାବିତ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ‘ମମତା କି ରୋଷେଇ’ ବ୍ୟବସ୍ଥା କରିଥି​‌ଲେ।

Leave a Reply

Your email address will not be published.