ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମମତା ବାନାର୍ଜୀ

କୋଲକାତା, (ଓଡିଶା ଟାଇମ୍) :ସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମମତା ବାନାର୍ଜୀ। କିଛି ସମୟ ପୂର୍ବରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଡାକ୍ତରମାନେ ମମତାଙ୍କୁ ଆହୁରି ୪୮ ଘଣ୍ଟା ନଜରରେ ରଖିବାକୁ କହିଥିଲେ। ହସ୍ପିଟାଲରୁ ଛୁଟି ମିଳିବା ପରେ ଦିଦି ହ୍ବିଲ୍‌ ଚେୟାରରେ ବାହାରକୁ ଆସିଛନ୍ତି । ମମତା ବାନାର୍ଜୀଙ୍କୁ ଡିସ୍‌ଚାର୍ଜ କରାଯିବା ପରେ ଏସଏସକେଏମ ହସ୍ପିଟାଲ ପକ୍ଷରୁ ବୟାନ ଜାରି କରାଯାଇଛି।

ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ୪୮ ଘଣ୍ଟା ଅବଜରଭେସନ୍‌ରେ ରଖାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା କିନ୍ତୁ ସେ ଶୀଘ୍ର ଯିବାକୁ କହିଥିଲେ । ସେ ହ୍ବିଲ୍‌ ଚେୟାରର ବ୍ୟବହାର କରିପାରିବେ। ଡାକ୍ତରଙ୍କ ପକ୍ଷରୁ ତାଙ୍କୁ କିଛି ପରାମର୍ଶ ଦିଆଯାଇଛି। ଏହା ସହ ୭ ଦିନ ପରେ ପୁଣି ଥରେ ଚେକ୍ଅପ୍‌ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

ଚିକିତ୍ସା ପରେ ଆହତ ମମତା ଶୀଘ୍ର ସୁସ୍ଥ ହୋଇଥିଲେ। ​ ସେ ବାରମ୍ବାର ଡିସ୍‌ଚାର୍ଜ ହେବାକୁ ଡାକ୍ତରମାନଙ୍କୁ ନିବେଦନ କରୁଥିଲେ। ତେଣୁ କିଛି ପରାମର୍ଶ ସହ ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଛି। ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ କ୍ରମେ ମମତା ବାନାର୍ଜୀ ୭ ଦିନ ପରେ ପୁଣି ସ୍ବାସ୍ଥ୍ୟ ପରୀକ୍ଷା କରାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୁଧବାର ଦିନ ନନ୍ଦିଗ୍ରାମରେ ଆହତ ହେବା ପରେ ମମତାଙ୍କୁ ତୁରନ୍ତ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମମତା ବାନାର୍ଜୀ ଅଭିଯୋଗ ଆଣିଥିଲେ, ତାଙ୍କୁ ୪-୫ ଜଣ ଅଜଣା ଲୋକ ଧକ୍କା ମାରି ତଳେ ପକାଇ ଦେଇଥିଲେ। ହସ୍ପିଟାଲରେ ତାଙ୍କ ବାମ ଗୋଡ଼ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି। ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲ ବେଡ୍‌ରୁ ଭିଡିଓ ବାର୍ତ୍ତା ଦେଇ ମମତା କହିଥିଲେ, କିଛି ଦିନ ମଧ୍ୟରେ ନିର୍ବାଚନ ପ୍ରଚାର ପାଇଁ ଫେରିବି ଏବଂ ଦରକାର ପଡ଼ିଲେ ହ୍ବିଲ୍‌ ଚେୟାରରେ ବ୍ୟବହାର କରିବି। ଏହା ସହ ନିଜର ସମର୍ଥକଙ୍କୁ ଶାନ୍ତ ରହିବାକୁ ଅପିଲ କରିଥିଲେ।

Leave a Reply

Your email address will not be published. Required fields are marked *