ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ଭୁବେନଶ୍ୱର ଓ କଟକ ଡିସିପି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି।

ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ  କଟକ ଡିସିପି ହେଲେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ  ।

୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଆର୍‌କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି। ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ମୁଖ୍ୟ ଦାୟିତ୍ୱ ଦିଆଯାଇଛି।
ସେହପରି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କୁ ଦିଆଯାଇଛି ଭୁବନେଶ୍ୱର ଟ୍ରାଫିକ୍‌ ଡିସିପି  ଦାୟିତ୍ୱ। ଏମ. ଅକ୍ଷୟ -ରାଜ୍ୟ ପୋଲିସ ହାଉସିଂ ବୋର୍ଡ଼ ସିଏମଡ଼ି, ସତ୍ୟଜିତ ମହାନ୍ତି- ଅଗ୍ନିଶମ ଓ ହୋମଗାର୍ଡ଼ ଡିଜି, ଲଳିତ ଦାସ- ଏଡ଼ିଜି କମ୍ୟୁନିକେସ, ଆର.କେ ଶର୍ମା- ଗୁଇନ୍ଦା ନିର୍ଦ୍ଦେଶକ, ସୌମେନ୍ଦ୍ର ପ୍ରିୟଦର୍ଶୀ- ଏଡ଼ିଜି କ୍ରାଇମବ୍ରାଞ୍ଚ, ପ୍ରବୀଣ କୁମାର- ଆଇଜି ଆଇନଶୃଙ୍ଖଳ, ଅନୁପ ସାହୁ- ଗୁଇନ୍ଦା ବିାଭଗ ଡ଼ିଆଇଜି, ସାର୍ଥକ ଷଡ଼ଙ୍ଗୀ- ସିଆଇଡ଼ି, କ୍ରାଇମବ୍ରାଞ୍ଚ ଏସପି, ଅଖିଳେଶ୍ୱର ସିଂହ- ପୁରୀ ଏସପି, ସାରା ଶର୍ମା- ଭିଜିଲାନ୍ସ ଅଫିସକୁ ବଦଳି, ବିନୀତ ଅଗ୍ରୱାଲ- କନ୍ଧମାଳ ଏସପି. ସାଗରିକାନାଥ – ସୁନ୍ଦରଗଡ଼ ଏସପି, ତପନ କୁମାର- ଗଜପତି ଏସପି, ସୌମ୍ୟା ମିଶ୍ର- ଟ୍ରାଫିକ ଡ଼ିସିପି, ରାହୁଲ ଜୈନ- ନୂଆପଡ଼ା ଏସପି, ଏସ.ସି ଜମାଦାର- ଦେବଗଡ଼ ଏସପ. ତପନ କୁମାର ପଟ୍ଟନାୟକ- ଗଜପତି ଏସପି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *