ବ୍ରିଟେନରେ ନିଲାମ ହେଲା ଗାନ୍ଧିଜୀଙ୍କ ଚଷମା

ଲଣ୍ଡନ, (ଓଡିଶା ଟାଇମ୍‌): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ଚଷମାକୁ ନିଲାମ କରାଯାଇଛି । ଯାହାକୁ କିଣିଛନ୍ତି ଜଣେ ଆମେରିକୀୟ ବ୍ୟକ୍ତି । ୧୯୧୦ରୁ ୧୯୩୦ ମଧରେ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ବେଳେ ତାଙ୍କ ଦାଦା ତାଙ୍କୁ ଦେଇଥିଲେ ।

ଏହି ଚଷମାକୁ ବ୍ରିଟେନରେ ଅନଲାଇନ୍ ଜରିଆରେ ବିକ୍ରି କରାଯାଇଛି । ଏହାର ନିଲାମ ଇଷ୍ଟ ବ୍ରିଷ୍ଟେଲ୍ ଅକ୍ସନ ଏଜେନ୍ସି କରିଛି । ଯାହାକୁ ଜଣେ ବ୍ୟକ୍ତି ୨.୫୫ କୋଟି ଟଙ୍କାରେ କିଣିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ଆମେରିକାର ଜଣେ କଲେକ୍ଟର ।

ଇଷ୍ଟ ବ୍ରିଷ୍ଟେଲ୍ ଅକ୍ସନ ଏଜେନ୍ସିର କହିବାନୁଯାୟୀ ପ୍ରଥମେ ଚଷମାଟି ୧୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହେବା ନେଇ ଅନୁମାନ କରା ଯାଇଥିଲା । ହେଲେ ନିଲାମ ଆରମ୍ଭ ହେବାର କିଛି ସମୟ ପରେ ଏହାର ନିଲାମୀ ମୂଲ୍ୟ ପାଖାପାଖି ୨ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଥିଲା ।

ସେହିପରି ବିବିସିର ରିପୋର୍ଟ ମୁତାବକ ଅକ୍ସନ କମ୍ପାନୀର ଷ୍ଟୋ ପକ୍ଷରୁ କୁହାଯାଇଥିଲା ଯେ କେହି ବ୍ୟକ୍ତି ଚଷମାକୁ ଲେଟର ବକ୍ସରେ ରଖି ପଠାଇଥିଲେ । ଚଷମା ମିଳିବା ପରେ ସେମାନେ ଉକ୍ତ ମାଲିକଙ୍କ ସହ ସମ୍ପର୍କ କରିବା ସହ ତାଙ୍କୁ ଚଷମା ବିଷୟରେ ଜଣାଇଥିଲେ ।

ଚଷମା ମାଲିକଙ୍କ କହିବାନୁଯାୟୀ ୧୯୨୦ ମସିହାରେ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ସହ ତାଙ୍କ ପରିବାରର ଜଣେ ସଦସ୍ୟଙ୍କର ସାକ୍ଷାତ ହୋଇଥିଲା । ପରେ ତାଙ୍କ ଠାରୁ ଏହି ଚଷମା ତାଙ୍କର ଅନ୍ୟ ପିଢିଙ୍କ ପାଖକୁ ଯାଇଥିଲା ।

 

Leave a Reply

Your email address will not be published.