ମହାରାଷ୍ଟ୍ରରେ ଦିନକରେ ୫ ହଜାରରୁ ଅଧିକ ସୁସ୍ଥ

ମୁମ୍ବାଇ, (ଓଡିଶା ଟାଇମ୍) : ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଯାଇଛି। ତେବେ ଏକ ସକରାତ୍ମକ ଦିଗ ହେଉଛି ମହାରାଷ୍ଟ୍ରରେ ଗତକାଲି ଗୋଟିଏ ଦିନରେ ୫ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

ରାଜ୍ୟ ପ୍ରଶାସନ ପାଇଁ ଏହା ଏକ ବଡ଼ ଆଶ୍ବସ୍ତି। ଗୋଟିଏ ଦିନ‌ରେ ୫ ହଜା‌ରରୁ ଅଧିକ ସୁସ୍ଥ ହେବା ଦ୍ବାରା ରାଜ୍ୟରେ ସକ୍ରିୟ ମାମଲା ୫୩ ହଜାର ୧୭ରୁ ୫୦ ହଜାର ୫୫୪କୁ କମିଯାଇଛି। ଏଥିସହ ରାଜ୍ୟରେ ଆରୋଗ୍ୟ ହାର ୫୦.୬୧ ପ୍ରତିଶତକୁ ବୃଦ୍ଧି ପା‌ଇଛି ଯାହା ଜାତୀୟ ଆରୋଗ୍ୟ ହାର ସହ ପାଖାପାଖି ସମାନ ରହୁଛି।

ଗତକାଲି ମହାରାଷ୍ଟ୍ରରେ ସୁସ୍ଥ ହୋଇଥିବା ମୋଟ୍‌ ୫ ହଜାର ୭୧ ରୋଗୀଙ୍କ ମଧ୍ୟରୁ ୪, ୨୪୨ ଜଣ ମୁମ୍ବାଇର। ତେବେ ମୁମ୍ବାଇରେ ମୋଟ୍‌ ୩୯ ହଜାର ୯୭୬ ଜଣ ସୁସ୍ଥ ହୋଇ ସାରିଛନ୍ତି। ସହରରେ ମୋଟ୍‌ ମାମଲା ୫୯ ହଜାର ୨୯୩ ଥିବାବେଳେ ସକ୍ରିୟ ମାମଲା ରହିଛି ୨୬ ହଜାର ୯୧୦ ରହିଛି ।

Leave a Reply

Your email address will not be published. Required fields are marked *