ମହାରାଷ୍ଟ୍ରରର ହସ୍ପିଟାଲରେ ଅଗ୍ନିକାଣ୍ଡ ; ୧୦ ଶିଶୁ ମୃତ

ମହାରାଷ୍ଟ୍ର, (ଓଡିଶା ଟାଇମ୍) : ମହାରାଷ୍ଟ୍ରର ଭଣ୍ଡାରାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟା ସମୟରେ ଭଣ୍ଡାରା ଜିଲାରେ ଥିବା ହସ୍ପିଟାଲରେ ନିଆଁ ଲାଗି ଯିବା ଫଳରେ ଶ୍ୱାସ ରୁଦ୍ଧ ହୋଇ ୧୦ ଶିଶୁଙ୍କର ମୃତ୍ୟୁ ହୋଇ ଯାଇଛି। ଏହାସହ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଶିଶୁମାନଙ୍କ ବୟସ ୧ ଦିନରୁ ୩ ମାସ ମଧ୍ୟରେ ବୋଲି ପ୍ରାର୍ଥକିକ ସୁଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ି ନାହିଁ। ହସ୍ପିଟାଲରେ ପ୍ରାୟ ୧୭ ଜଣ ଶିଶୁ ଥିଲେ ବୋଲି କୁହାଯାଉଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *