ଜୁଲାଇ ୩୧ ଯାଏ ଲକଡାଉନ୍ ବଢ଼ାଇଲା ଏହି ରାଜ୍ୟ

ମୁମ୍ବାଇ, (ଓଡିଶା ଟାଇମ୍) :ସାରା ଦେଶରେ କରୋନା ପରିସ୍ଥିତି ଭୟଙ୍କର ହେବାରେ ଲାଗିଲାଣିି । ଏହାରି ମଧ୍ୟରେ ଲକ-ଡାଉନକୁ ୩୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟରେ ଲଗାତାର କରୋନା ମାମଲା ବଢୁଥିବାର ଦେଖି ଉଦ୍ଧବ ଠାକରେ ମହାରାଷ୍ଟ୍ର ବିକାଶ ଅଗାଡି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରବିବାର ଦିନ ଠାକେର କହିଛନ୍ତି ଯେ, ଜୁନ୍ ୩୦ ପରେ ମଧ୍ୟ ରାଜ୍ୟରେ ଲକ୍-ଡାଉନ୍ ଜାରି ରହିବ । ପ୍ରତିବନ୍ଧକକୁ କୋହଳ କରିବାକୁ ମନା କରିବା ସହ ଠାକେର କହିଛନ୍ତି ଯେ, ରାଜ୍ୟରେ ଏବେ ବି କରୋନା ମହାମାରୀର ବିପଦ ରହିଛି ।

ପରେ ଠାକେର ଟ୍ୱିଟ କରି କହିଛନ୍ତି ଯେ, ‘ଜୁନ୍ ୩୦ ପରେ ଲକ୍ ଡାଉନ୍ ହଟିବ କି? ଯାହାର ସ୍ପଷ୍ଟ ଉତ୍ତର ହେଉଛି ନା ।’ଏହା ସହ ଅର୍ଥ ବ୍ୟବସ୍ଥାକୁ ପୁନଃ ଫେରାଇ ଆଣିବା ପାଇଁ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଲାଗୁ କରାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *