ମହାରାଷ୍ଟ୍ରରେ ଲାଗାତାର ଦ୍ବିତୀୟ ଦିନରେ ୧୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ
ମହାରାଷ୍ଟ୍ର, (ଓଡିଶା ଟାଇମ୍) :ଦେଶରେ ଗୋଟିଏ ପଟେ କରୋନା ଟିକାକରଣ ଜାରି ରହିଥିବା ବେଳେ ସଂକ୍ରମଣ କିନ୍ତୁ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଚିନ୍ତାର କାରଣ ପାଲଟିଗଲାଣି। ଲଗାତାର ଦ୍ବିତୀୟ ଦିନରେ ମହାରାଷ୍ଟ୍ରରେ କରୋନା ସହକ୍ରମଣ ୧୫ ହଜାର ପାର କରିଛି। ଏହା ସହ ଗତ ୨୪ ଘଣ୍ଟାରେ ୮୮ ଜଣଙ୍କ ମୃତ୍ୟୁ ହୋଇସାରିଛି। ମହାରାଷ୍ଟ୍ରରେ ଶନିବାର ୧୫,୬୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
୫,୭୦,୬୯୫ ଜଣ ଆଇସୋଲେସନରେ ଥିବା ବେଳେ ୫,୦୩୧ ଜଣ ଡାକ୍ତରଖାନାରେ ଅଛନ୍ତି। ଏବେ ରାଜ୍ୟରେ ୧,୧୮,୫୨୫ ଆକ୍ଟିଭ୍ ମାମଲା ରହିଛି। ସେପଟେ ମହାରାଷ୍ଟ୍ରରେ ସୁସ୍ଥ ହାର ୯୨.୪୯ ପ୍ରତିଶତ ରହିଛି। ପୁଣେ ଜିଲ୍ଳାରେ ଆକ୍ଟିଭ୍ ମାମଲା ସର୍ବାଧିକ ୨୪୦୨୫ ଥିବା ବେଳେ ମୁମ୍ବାଇରେ ୧୭୦୯ ରହିଛି। ଟିକାକରଣ କଥା କହିଲେ ମୁମ୍ବାଇରେ ୧୫ ମାର୍ଚ୍ଚରୁ ୫ଟି କେନ୍ଦ୍ରରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଡୋଜ୍ ଦିଆଯିବ।
ଦେଶରେ ଶନିବାର ଦିନ ୯,୭୪,୦୯୦ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଟିକାକରଣ ଅଭିଯାନ ଅନ୍ତର୍ଗତ ଦେଶରେ ଏବେ ସୁଦ୍ଧା ମୋଟ ୨,୯୧,୯୨,୫୭୪ରୁ ଅଧିକ ଲୋକଙ୍କୁ କରୋନା ଭ୍ୟାକସିନ୍ ଦିଆସରିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନା କଟକଣା ଲାଗୁ ହୋଇଥିବା ବେଳେ ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହୋଟେଲ ଏବଂ ମଲ୍ର ପ୍ରତିନିଧିମାନଙ୍କୁ ସାକ୍ଷାତ କରିଛନ୍ତି।











