ଏଣିକି ଶ୍ରୀମନ୍ଦିରରେ ମିଳିବ ଅବଢା, ବରାଦ ଦେଇପାରିବେ ଭକ୍ତ
ପୁରୀ , (ଓଡିଶା ଟାଇମ୍) : କରୋନା ସଙ୍କଟ ମଧ୍ୟରେ ଭକ୍ତମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ । ଆଜି ମହାପ୍ରସାଦ ଉପରେ ଥିବା ସମସ୍ତ କଟକଣାକୁ ହଟାଯାଇଛି । ଏନେଇ ସୁଆର ମହାସୁଆର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି । ବରାଦି ମହାପ୍ରସାଦ ପାଇଁ ଭକ୍ତମାନେ ବରାଦ କରିପାରିବେ ବୋଲି ସେ କହିଛନ୍ତି ।
କରୋନା କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ସଂକ୍ରମଣକୁ ରୋକିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ମନ୍ଦିର ବନ୍ଦ ରହିବା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମହାପ୍ରସାଦ ମିଳୁନଥିଲା । ଯାହା ଫଳରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।